ପିକକ୍ ମାଗାଜିନ ପାଇଁ ବିଶ୍ୱ ସୁନ୍ଦରୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ଫଟୋସୁଟ କରିଛନ୍ତି । ଏହି ଫଟୋସୁଟରେ ଐଶ ଖୁବ ଗ୍ଲାମାରସ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଫଟୋସୁଟର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
ଫଟୋରେ ପିଙ୍କ କର୍ଲର ଲେହେଙ୍ଗାରେ ଏହି ସୁନ୍ଦରୀଙ୍କୁ ଦେଖିବାକୁ ମିଳିଛି । ଲେହେଙ୍ଗା ସାଙ୍ଗକୁ ନ୍ୟୁଡ଼ ମେକଅପରେ ଫଟୋସୁଟ କରାଇଛନ୍ତି ଐଶର୍ଯ୍ୟା । ଏହା ସହ ଏକ ରେଡ଼ ରଙ୍ଗ ଗାଉନରେ ଏହି ମଧ୍ୟ ଐଶଙ୍କୁ ଦେଖିବାକୁ ମିଳିଥିଲା । ଐଶର୍ଯ୍ୟାଙ୍କ ଏହି କଷ୍ଟ୍ୟୁମକୁ ତିଆରି କରିଛନ୍ତି ଡ଼ିଜାଇନର ଫାଲଗୁନୀ ସେନ୍ ।
ଐଶର୍ଯ୍ୟାଙ୍କ ଏହି ଫଟୋସୁଟକୁ ବେଶ ପସନ୍ଦ କରିଛନ୍ତି ଫ୍ୟାନ୍ସ । ସେପଟେ ପୁଣିଥରେ ଐଶଙ୍କ ଅଭିନୟର ଯାଦୁ ଦେଖିବାକୁ ପାଇବେ ଦର୍ଶକ । ନିର୍ଦ୍ଦେଶକ ମର୍ଣ୍ଣିରତ୍ନଙ୍କ ଆଗାମୀ ଫିଲ୍ମରେ ବଡ଼ ପରଦାରେ ନଜର ଆସିବେ ଐଶର୍ଯ୍ୟା ରୟ ବଚ୍ଚନ ।