Only for Entertainment

ବିଗ୍ ବିଙ୍କ ଘର ଛାଡିବେ ବୋହୂ ଐଶ୍ୱର୍ଯ୍ୟା !

IB Times India
0 34

କିଛି ଦିନରୁ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଓ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ‘ଜଲସା’ ଛାଡି ନିଜର ବିଳାଶପୂର୍ଣ୍ଣ ଆପାର୍ଟମେଂଟକୁ ସିପ୍ଟ ହେବା ପାଇଁ ଚାହୁଁଛନ୍ତି । ବର୍ତ୍ତମାନ ଏହି କପଲ ପିତା ଅମିତାଭ ଓ ମା ଜୟା ବଚ୍ଚନଙ୍କ ସହିତ ଜଲସାରେ ରହୁଛନ୍ତି । କିନ୍ତୁ ଶୁଣିବାକୁ ମିଳିଛି ଯେ ଖୁବ ଶୀଘ୍ର ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଜଲସା ଛାଡି ନୂଆ ଫ୍ଲାଟକୁ ସିପ୍ଟ ହେବାକୁ ଯାଉଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କ’ଣ ସତରେ ଅଭିଷେକ ନିଜ ବାପା ମା ଙ୍କୁ ଛାଡି ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ସହିତ ନୂଆ ଫ୍ଲାଟକୁ ସିପ୍ଟ ହୋଇଯିବେ ? ନୂଆ ଘରକୁ ସିପ୍ଟ ହେବାର କାରଣ ବୋହୂ ଐଶ୍ୱର୍ଯ୍ୟା ଏବଂ ଶାଶୁ ଜୟା ବଚ୍ଚନଙ୍କ ଖରାପ ସମ୍ପର୍କ ନୂହେଁ ତ ?

ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ବର୍ତ୍ତମାନ ଅଭିଷେକ ବଚ୍ଚନ ନିଜ ପରିବାରକୁ ଛାଡି କେଉଁଠିକୁ ବି ସିପ୍ଟ ହେବେ ନାହିଁ । ଜଲସା ଛାଡି ଏନ୍ୟତ୍ର ଯିବାର କୌଣସି ଖବର ନାହିଁ । ଏହାର ଏକ ବଡ କାରଣ ଏହା କି ଅଭିଷେକ ବଚ୍ଚନ ନିଜ ବାପା ମାଙ୍କୁ ଛାଡି ଯାଇପାରିବେ ନାହିଁ । କରିଶ୍ମାଙ୍କ ସହିତ ଅଭିଷେକଙ୍କର ବିବାହ ଭାଙ୍ଗିବାର ଏହି କାରଣ ମଧ୍ୟ ଦର୍ଶାଯାଇଥିଲା ।

କରିଶ୍ମା କପୁରଙ୍କ ସହିତ ସମ୍ପର୍କ ଭାଙ୍ଗିବା ପରେ ଖୁବ ଚର୍ଚ୍ଚା ହୋଇଥିଲା ଯେ କରିଶ୍ମା ଚାହୁଁଥିଲେ ବିବାହ ପରେ କରିଶ୍ମା ଏବଂ ଅଭିଷେକ ପରିବାରଠାରୁ ଅଲଗା ରହିବା ପାଇଁ ଯାହା ଅଭିଷେକଙ୍କୁ ମଂଜୁର ନଥିଲା । ଅଭିଷେକ ନିଜ ବାପା ମାଙ୍କୁ ଅଧିକ ଭଲ ପାଇବା ସହିତ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ସବୁବେଳେ ତାଙ୍କ ପାଖରେ ରୁହନ୍ତୁ ବୋଲି ଚାହାଁନ୍ତି । କହିରଖୁଛୁ ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ମୁମ୍ବାଇରେ ୨୧କୋଟି ବ୍ୟୟରେ ଏକ ଫ୍ଲାଟ କିଣିଛନ୍ତି ଯାହା ୫୫୦୦ ବର୍ଗ ଫୁଟରେ ନିର୍ମାଣ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More