Only for Entertainment

କାହିଁକି ଅଭିଷେକ ଏବଂ ଐଶ୍ୱରୀୟାଙ୍କ ମଧ୍ୟରେ ଯୁକ୍ତି ହୁଏ?

32

ସମୟ ସହିତ ଐଶ୍ୱରୀୟା ଏବଂ ଅଭିଷକେ ବଚ୍ଚନଙ୍କ ସଂପର୍କ ମଜବୁତ ହେବାରେ ଲାଗିଛି । ଯେଉଁଠାରେ ବଲିଉଡ ତାରକା ମାନଙ୍କୁ ଅଧିକାଂଶ ସମୟରେ ବିଛେଦ ହେବାର ଦେଖିବାକୁ ମିଳେ ସେହିଭଳି ସ୍ଥାନରେ ଅଭିଷେକ ଏବଂ ଐଶଙ୍କ ଯୋଡ଼ି ଏକ ଉଦାହରଣ । ଦୁଇଜଣ ୨୦୦୭ରେ ବିିବାହ କରିଥିଲେ ଏବଂ ସେମାନଙ୍କର ଆରାଧ୍ୟା ନାମକ ଏକ ଝିଅ ମଧ୍ୟ ଅଛି । ବିବାହ ପରେ ଏବଂ ପୂର୍ବରୁ ଦୁଇଜଣ କେତେ ଗୋଟି ଫିଲ୍ମରେ ଏକା ସାଙ୍ଗରେ ସ୍କ୍ରିନ ଶେୟାର କରିଛନ୍ତି । ନିକଟରେ ଏକ ଇଂଟରଭ୍ୟୁରେ ଐଶ ନିଜ ବ୍ୟକ୍ତିଗତ ଏବଂ କର୍ମରତ ଜୀବନକୁ ନେଇ କିଛି କଥା କହିଛନ୍ତି ।

ଯେତେବେଳେ ଐଶଙ୍କୁ ପ୍ରଶ୍ନ କରାଗଲା ଅଭିଷେକ ଏବଂ ତାଙ୍କ ମଧ୍ୟରେ କେଉଁ କାରଣରୁ ଯୁକ୍ତି ହୁଏ, ସେ ହସିଲେ ଏବଂ କହିଲେଯେ ସ୍ୱଭାବିକ ଭାବରେ ଆମ ଦୁଇଜଣଙ୍କର ମଜବୁତ ବ୍ୟକ୍ତିତ୍ୱ, ଆମେ ଯୁକ୍ତି ଅପେକ୍ଷା ଅଧିକ ଚର୍ଚ୍ଚା କରୁ । ଏହା ସହିତ କହିଲେଯେ ଲମ୍ବା ସମୟ ଧରି ଆମେ ଦୁଇଜଣ ଭଲ ସାଙ୍ଗ । ଆମେ ସୁବୁବେଳେ ବିଷୟକୁ ନେଇ ଆଲୋଚନା କରୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More