Only for Entertainment

ରିଲିଜ ହେଲା ଫିଲ୍ମ ‘ଅଜବ ସଂଜୁର ଗଜବ ଲଭ୍’ ଡ୍ୟାନ୍ସ ନମ୍ବର ସଙ୍ଗ, ଦେଖିବାକୁ ମିଳିଲା ନାୟିକା ଅର୍ଚ୍ଚିତାଙ୍କର ଗଜବ ଲୁକ !

51

ଓଲିଉଡର ଚକଲେଟି ବୟ ବାବୁଶାନ୍ ମହାନ୍ତି । ନିଜ ଅଭିନୟ ପାଇଁ ସେ ଇଣ୍ଡିଷ୍ଟ୍ରୀରେ ନିଜର ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇଛନ୍ତି । ବାବୁଶାନଙ୍କ ସୁରିଲା ଭଏସରେ ଓଲିଉଡରେ ଶୁଣିବାକୁ ମିଳିଛି ଏକ୍ ସେ ଏକ ରୋମାଂଟିକ୍ ଗୀତ । ଏବେ ତାଙ୍କ ଆଗାମୀ ଫିଲ୍ମ ‘ଅଜବ ସଂଜୁର ଗଜବ ଲଭ୍’ ପାଇଁ ଚାଲିଛି ଗୀତ ରେକର୍ଡିଂ । ତେବେ ବାବୁଶାନ ତାଙ୍କର ଏହି ଫିଲ୍ମରେ ଗାଇଥିଲେ ଏକ ରୋମାଂଟିକ ସଙ୍ଗ , ଯାହାର ଷ୍ଟୁଡିଓ ଭର୍ସନ ଆମେ ଆପଣଙ୍କୁ ନିକଟରେ ଶୁଣାଇଥିଲୁ ।

ତେବେ ଏହି ଫିିଲ୍ମର ଏକ ଡ୍ୟାନ୍ସ ନସ୍ୱର ସଙ୍ଗ ରିଲିଜ ହୋଇଛି । ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ ଏବଂ ଗୀତଟିକୁ ଗାଇଛନ୍ତି ଆଶୁତୋଷ ମହାନ୍ତି । ଏହି ଗୀତରେ ବାବୁଶାନଙ୍କ ସହ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି ଓଲିଉଡ ସୁନ୍ଦରୀ ଅର୍ଚ୍ଚିତା । ଆଉ ଏବେ ନିଜ ଫ୍ୟାନ୍ଙ୍କୁ ପୁଣିଥରେ ନଚେଇବା ପାଇଁ ଅଂଟା ଭିଡିଛନ୍ତି ବାବୁଶାନ୍ । ଯାହା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଅଜବ ସଂଜୁର ଗଜବ ଲଭ୍’ରେ ସ୍ଥାନ ପାଇବ । ଏଠାରେ ଦେଖନ୍ତୁ ଭିଡିଓ-

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More