Only for Entertainment

ଚାଣକ୍ୟ ପରେ ଫୁଟବଲ କୋଚ ଭୂମିକାରେ ନଜର ଆସିବେ ଅଜୟ ଦେବଗନ ।

Goal
0 33

ପୂର୍ବରୁ ଆମେ ଖବର ଦେଇଥିଲୁ ଯେ ବଲିଉଡର ସିଙ୍ଘମ ଷ୍ଟାର ଅଜର ଦେବଗନ ଚାଣକ୍ୟହ୍କ ଭୂମିକାରେ ନଜର ଆସିବେ । ଏବେ ଅଜୟଙ୍କୁ ନେଇ ଆଉ ଏକ ଖବର ଶୁଣିବାକୁ ମିଳିଛି । ଚର୍ଚ୍ଚା ହେଉଛି ଯେ ଅଜୟ ଫୁଟବଲ କୋଚ ସୈୟେଦ ଅବଦୁଲ ରହିମଙ୍କ ବାୟୋପିକରେ ଲିଡ ରୋଲରେ ନଜର ଆସିବେ । ଅବଦୁଲ ରହିମଙ୍କୁ ଫୁଟବଲର ବାସ୍ତୁକାର କୁହାଯାଇଥାଏ । କୋଚ ଭୂମିକାରେ ତାଙ୍କ କାର୍ଯ୍ୟକାଳକୁ ଭାରତୀୟ ଫୁଟବଲର ସ୍ୱର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ ।

କହିରଖୁଛୁ ଯେ, ତାଙ୍କ ମାର୍ଗଦର୍ଶନରେ ହିଁ ଭାରତୀୟ ଫୁଟବଲ ଟିମ ପ୍ରଥମ ଥର ପାଇଁ ୧୯୫୬ ମେଲବର୍ନ ଅଲମ୍ପିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫିନାଲେ ପହଁଚିଥିଲା । ଏହି ଫିଲ୍ମକୁ ବୋନି କପୁର, ଆକାଶ ଚାୱଲା ଏବଂ ଜୟ ସେନଗୁପ୍ତା ପ୍ରଡ୍ୟୁସ କରୁଛନ୍ତି ।

ଏହାକୁ ନେଇ ବୋନି କପୁର କହିଛନ୍ତି ଆକାଶ ମୋତେ କାହାଣୀ ଶୁଣାଇବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଲୋକଙ୍କୁ କ’ଣ ପାଇଁ ଏହି ବ୍ୟକ୍ତିଙ୍କ ବିଷୟରେ ଜଣାନାହିଁ । ମୁଁ ଚାହେଁ ଏହି କାହଣୀ ବିଷୟରେ ସମସ୍ତେ ଜାଣନ୍ତୁ । ଏବଂ ଅଜୟ ଏହି ଭୂମିକୁ ନିଶ୍ଚିତ ନ୍ୟାୟ ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More