Only for Entertainment

‘ହେଲିକପ୍ଟର ଇଲା’ର ଟ୍ରେଲରରେ ହୋଇଥିବା ଏହି ଭୁଲକୁ ନେଇ କ୍ଷମା ମାଗିଲେ ଅଜୟ ଦେବଗନ ।

zee news
0 40

ଫିଲ୍ମ ଅଭିନେତ୍ରୀ କାଜୋଲ ୩ ବର୍ଷପରେ ଫିଲ୍ମ ‘ହେଲିକପ୍ଟର ଇଲା’ ଜକରିଆରେ ବଲିଉଡକୁ ଫେରୁଛନ୍ତି । ଶେଷଥର ପାଇଁ ସେ ୨୦୧୫ରେ ରିଲିଜ ହୋଇଥିବା ଫିଲ୍ମ ‘ଦିଲବାଲେ’ରେ ନଜର ଆସିଥିଲେ । ଗତ ରବିବାର କାଜୋଲଙ୍କ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ଫିଲ୍ମ ‘ହେଲିକପ୍ଟର ଇଲା’ର ଟ୍ରେଲର ଲଂଚ କରାଯାଇଥିଲା । ଫିଲ୍ମର ଟ୍ରେଲରକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି । କିନ୍ତୁ ଟ୍ରେଲରେ ହୋଇଥିବା ଏକ ବଡ ଭୁଲ ହୋଇଯାଇଛି ଯାହା ଫଳରେ ଫିଲ୍ମର ପ୍ରଡ୍ୟୁସର ଅଜୟ ଦେବଗନଙ୍କୁ କ୍ଷମା ମାଗିବାକୁ ପଡିଛି । ଆପଣ ଭାବୁଥିବେ ଟ୍ରେଲରରେ ଏପରରି କ’ଣ ଭୁଲ ହୋଇଯାଇଛି ଯେ ଅଜୟଙ୍କୁ କ୍ଷମା ମାଗିବାକୁ ପଡିଛି ।

ଖବର ଅନୁସାରେ ଫିଲ୍ମର ଟ୍ରେଲରରେ ଗୀତିକାର ସ୍ୱାନନ୍ଦ କିରକିରେଙ୍କ ବିଷୟରେ କିଛି କୁହାଯାଇନାହିଁ । ଟ୍ରେଲରେ ହୋଇଥିବା ଏହି ଭୁଲ ପାଇଁ ଅଜୟ ଟ୍ୱିଟ କରି କ୍ଷମା ପ୍ରାର୍ଥନା କରିଛନ୍ତି । ଅଜୟ ଟ୍ୱିଟ କରି ଲେଖିଥିଲେ ଆମେ ଭୁଲରେ ଟ୍ରେଲରରୁ ସ୍ୱାନନ୍ଦ କିରକିରେଙ୍କ ନାମକୁ ମିସ କରି ଦେଇଛୁ । ଏଥିପାଇଁ ମୁଁ କ୍ଷମା ମାଗୁଛି । ଆମେ ଏହାକୁ ଠିକ କରିବାକୁ ପ୍ରୟାସ କରୁଛୁ ।


‘ହେଲିକପ୍ଟର ଇଲା’ର କାହାଣୀ ବିଷୟରେ କହିବାକୁ ଗଲେ ଏହା ମା’ ପୁଅଙ୍କ ଉପରେ ଆଧାରିତ । ଫିଲ୍ମରେ କାଜୋଲ ସିଙ୍ଗିଲ ମଦର ଭୂମିକାରେ ନଜର ଆସିବେ । କାଜୋଲଙ୍କ ଏହି ଚରିତ୍ର ପୁଅର ଚାରି ପାଖରେ ଘୂରୁଥିବାର ଦେଖିବାକୁ ମିଳିବ । କିନ୍ତୁ ସମୟ କ୍ରମେ ସବୁବେଳେ ମା’ ତା ପାଖରେ ରହୁଥିବା ଦେଖି ପୁଅ ଚିଡି ଯାଏ ଏବଂ ଏହା ଧୀରେ ଧୀରେ ବଢିବାକୁ ଲାଗେ । ଗୋଟିଏ ଦିନ ପୁଅ ମା’ ଉପରେ ବିରକ୍ତ ହୋଇ ଘର ଛାଡି ଚାଲିଯାଇଥାଏ ।

ଫିଲ୍ମର ଏହି ଟ୍ରେଲରକୁ ଅଜୟ ଦେବଗନଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି । ଏପର୍ଯ୍ୟନ୍ତ ଫିଲ୍ମର ଟ୍ରେଲରକୁ ୪ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଫିଲ୍ମ ୭ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More