Only for Entertainment

୨୦୧୯ ବକ୍ସ ଅଫିସରେ କଙ୍ଗନା ରଣାୱତଙ୍କୁ ଟକ୍କର ଦେବେ ଅଜୟ ଦେବଗନ, ଗୋଟିଏ ଦିନରେ ରିଲିଜ ହେବ ଦୁହିଁଙ୍କର ଏହି ଫିଲ୍ମ ।

entertales
0 48

ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଦେ ଦେ ଫ୍ୟାର ଦେ’ର ରିଲିଜ ଡେଟ ନିକଟରେ ଘୋଷଣା କରାଯାଇଛି ଏହି ଫିଲ୍ମ ୨୨ ଫେବୃୟାରୀ ୨୦୧୯ରେ ରିଲିଜ ହେବ । ‘ସୋନୁ କେ ଟିଟୁ କି ସ୍ୱିଟି’ ଫେମ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଏବେ ପୋଷ୍ଟ ପ୍ରଡକ୍ସନ କାମ ବାକି ରହିଛି । ଫିଲ୍ମର ସୁଟିଂ ମଧ୍ୟ ଶେଷ ହୋଇସାରିଛି । ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହିତ ତବୁ, ରକୁଲପ୍ରିତ ସିଂ ଏବଂ ଜମ୍ମୀ ଶେରଗିଲ ନଜର ଆସିବେ ।

ଫିଲ୍ମକୁ ପ୍ରଥମେ ଅକ୍ଟୋବରରେ ରିଲିଜ କରିବାର ଯୋଜନା କରାଯାଇଥିଲା । କିନ୍ତୁ ଅର୍ଜୁନ କପୁର ଏବଂ ପରିଣୀତି ଚୋପ୍ରାଙ୍କ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ଏବଂ ଆୟୁଷ୍ମାନ ଖୁରାନା ଏବଂ ସନ୍ୟା ମଲୋହେତ୍ରାଙ୍କ ଫିଲ୍ମ ‘ବଧାଇ ହୋ’ ରିଲିଜ ହେଉଥିବାକୁ ‘ଦେ ଦେ ଫ୍ୟାର ଦେ’ର ରିଲିଜ ଡେଟକୁ ୪ ସାମ ଆଗକୁ ବଢାଇଦିଆଯାଇଛି ।


କିନ୍ତୁ ଏତିକିରେ ଫିଲ୍ମ ନିର୍ମାତାଙ୍କ ଚିନ୍ତା ଶେଷ ହୋଇନାହିଁ । କାରଣ ୨୨ ଫେବୃୟାରୀ ୨୦୧୯ରେ କଙ୍ଗନା ରଣାୱତ ଏବଂ ରାଜକୁମାର ରାଓଙ୍କ ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ ରିଲିଜ ହେବ । ଯେଉଁଥି ପାଇଁ ଲଭ ରଞ୍ଜନ ଏବଂ ତାଙ୍କ ଟିମ ବଞ୍ଚିବାକୁ ଚାହୁଁଥିଲେ ଏବେ ତାହା ହିଁ ହେବାକୁ ଯାଉଛି । ଏବେ କଙ୍ଗନାଙ୍କ ଫିଲ୍ମ ସହିତ ଅଜୟ ଦେବଗନଙ୍କ ଫିଲ୍ମର ଟକ୍କର ବକ୍ସ ଅଫିସରେ ଦେଖିବାକୁ ମିଳିବ ।

 

କହିରଖୁଛୁ ଯେ, ‘ସୋନୁ କି ଟିଟୁ କି ସ୍ୱିଟି’ର ଅପାର ସଫଳତା ପରେ ଲଭ ରଞ୍ଜନଙ୍କ ଫିଲ୍ମକୁ ଦର୍ଶକ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି । ନିର୍ଦ୍ଦେଶକ ଲଭ ରଞ୍ଜନ ରୋମାଣ୍ଟିକ କମେଡି ଫିଲ୍ମ ନିର୍ମାଣ କରିବାରେ ମାଷ୍ଟର । ଏହା ତାଙ୍କର ପୂର୍ବ ୩ଟି ଫିଲ୍ମରେ ପ୍ରମାଣିତ ହୋଇଛି । ଏହା ପୂର୍ବରୁ ‘ପ୍ୟାର କା ପଞ୍ଚନାମା’ର ଦୁଇଟି ଭାଗ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More