Only for Entertainment

ଅଜୟଙ୍କ ଠାରୁ ଐଶ୍ୱର୍ଯ୍ୟାଙ୍କ ପର୍ଯ୍ୟନ୍ତ ଗୁଜବର ଶିକାର ହୋଇଛନ୍ତି ଏହି ବଲିଉଡ କଳାକାର

Medium
0 57

କିଛି ଦିନ ହେବ ସୋସିଆଲ ମିଡିଆରେ ମହାବଳେଶ୍ୱର ନିକଟରେ ଅଜୟଙ୍କ ହେଲିକାପ୍ଟର କ୍ରାସ ହୋଇଥିବା ଖବର ଭାଇରାଲ ହୋଇଥିଲା । କୁହାଯାଉଥିଲା ଯେ ଏହି ଦୁର୍ଘଟଣାରେ ଅଭିନେତା ଅଜୟ ଦେବଗନଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଏହି ଖବର ସଂପୂର୍ଣ୍ଣ ମିଥ୍ୟା । ଅଜୟ ଦେବଗନ ବିଲକୁଲ ସୁରକ୍ଷିତ ଅଛନ୍ତି । କେବଳ ଅଜୟ ନୁହଁନ୍ତି ବଂର ବଲିଉଡର ଅନେକ କଳାକାର ଏହି ଗୁଜବର ଶିକାର ହୋଇଛନ୍ତି ।

aish1

୨୦୧୬ରେ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଏହିପରି କିଛି ଖବର ସାମ୍ନାକୁ ଆସିଥିଲା । ଖବର ଶୁଣିବାକୁ ମିଳିଥିଲା ଯେ ଅଭିନେତ୍ରୀଙ୍କ ଏକ ବୋଲ୍ଡ ଫଟୋକୁ ନେଇ ଅମିତାଭ ଏବଂ ଜୟା ବଚ୍ଚନ ସହିତ ଝଗଡା ହୋଇଥିଲା । ଏହାକୁ ନେଇ ଐଶ୍ୱର୍ଯ୍ୟା ସୁଇସାଇଡ କରିଥିବା ଖବର ସେତେବେଳେ ଶୁଣିବାକୁ ମିଳିଥିଲା । କିନ୍ତୁ ଏହା ଏକ ଗୁଜବ ବୋଲି ଜଣା ପଡିଥିଲା ।

kat

ସେହିପରି ୨୦୧୩ରେ ଫେସବୁକ ପେଜରେ କ୍ୟାଟ୍ରିନାଙ୍କ ମୃତ୍ୟୁ ଖବର ଭାଇରାଲ ହୋଇଥିଲା । ଏହାକୁ ଶୁଣି ତାଙ୍କ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେବଳ ଫ୍ୟାନ୍ସ ନୁହଁନ୍ତି ବଂର ପୁରା ଇଣ୍ଡଷ୍ଟ୍ରୀକୁ ଏହି ଖବର ଚକିତ କରିଦେଇଥିଲା । ଏହାପରେ କ୍ୟାଟ୍ରିନାଙ୍କ ଟିମ ଏକ ବୟାନ ଦେଇ ସେ ସୁସ୍ଥଥିବା କହିଥିଲେ ।

amitabhbachchan

୨୦୧୨ରେ ଅମିତାଭଙ୍କ କାର ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଥିବା ଗୁଜବ ସାମ୍ନାକୁ ଆସିଥିଲା । ଏହା ତାଙ୍କ ଫ୍ୟାନ୍ସମାନଙ୍କୁ ଏହା ଖୁବ ଆହାତ କରିଥିଲା ।

sahrukh

ବଲିଉଡ ଅଭିନେତା ଶାହାରନୁଖ ଖାନ ମଧ୍ୟ ଏଥିରୁ ବାଦ ପଡିନାହାଁନ୍ତି । ଏକ ୟୁରୋପିଆନ ଚ୍ୟାନେଲ ଶାହାରୁଖଙ୍କର ପ୍ଲେନ କ୍ରାସରେ ମୃତ୍ୟୁ ହୋଇଥିବା ଖବର ଚଲାଇଥିଲା । ଏହାପରେ ଶାହାରୁଖଙ୍କ ଟିମକୁ ଏହାକୁ ମିଥ୍ୟା ଖବର ବୋଲି ବୟାନ ଦେଇଥିଲେ ।

madhuri
କେବଳ ଏହି ଷ୍ଟାରମାନେ ନହଁନ୍ତି ଏମାନଙ୍କ ବ୍ୟତିତ ମାଧୁରୀ ଦୀକ୍ଷିତ, ମୁମତାଜ, ସ୍ୱର ସାମ୍ରାଜୀ ଲତା ମଙ୍ଗେସକର, ଦିଲୀପ କୁମାର ଏବଂ ଫରିଦା ଜଲାଲ ଜୀବିତ ଥାଇ ମଧ୍ୟ ଏମାନଙ୍କର ମୃତ ଖବର ଭାଇରାଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More