Only for Entertainment

ତାମିଲ ସୁପରଷ୍ଟାର କମଲ ହାସନଙ୍କ ସହିତ ସ୍କ୍ରିନ ସେୟାର କରିବେ ଅଜୟ ଦେବଗନ ।

Bollywood
0 26

ଖୁବ ଶୀଘ୍ର ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡ଼ ଅଭିନେତା ଅଜୟ ଦେବଗନ । ଫିଲ୍ମ ନିର୍ମାତା ଶଙ୍କର ତାଙ୍କ ଆଗାମୀ ଫିଲ୍ମରେ ତାମିଲ ସୁପରଷ୍ଟାର କମଲଙ୍କ ସହ ଅଜୟଙ୍କୁ ନେବେ ବୋଲି ଶୁଣିବାକୁ ମିଳିଛି । ଫିଲ୍ମ ‘ଇଣ୍ଡିଆନ’ ର ଦ୍ୱିତୀୟ ସଂସ୍କରଣ ତିଆରି କରିବାକୁ ଯାଉଛନ୍ତି ଫିଲ୍ମ ର୍ନିମାତା ଶଙ୍କର ।

Ajay-Kamal-Tamil-Debut2

ଏହି ଫିଲ୍ମର ଟାଇଟଲ ‘ଇଣ୍ଡିଆନ-୨’ ରଖାଯିବ ବୋଲି ସ୍ଥିର କରାଯାଇଛି । ଏଥିରେ ଅଜୟ ଏକ ଖଳନାୟକ ଭୂମିକାରେ ନଜର ଆସିବେ । ଏହାସହ କମଲଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଛି । ଫିଲ୍ମର ଅନ୍ୟ କଳାକାରଙ୍କ ନାଁ ଜଣା ପଡି ନାହିଁ । ପୂର୍ବରୁ ଫିଲ୍ମ ‘ଇଣ୍ଡିଆନ’ ରେ କମଲଙ୍କ ସହ ଅଭିନେତ୍ରୀ ମନିଷା କୋଇରାଲା ଦମଦାର ଅଭିନୟ ପ୍ରଦର୍ଶନ କରିଥିଲେ । ଯାହା ଏବେ ବି ସମସ୍ତଙ୍କ ପାଖରେ ଗ୍ରହଣୀୟ ହୋଇପାରୁଛି ।

maxresdefault

ଏହି ଫିଲ୍ମ ପରି ଦ୍ୱିତୀୟ ସଂସ୍କରଣଟି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଶଙ୍କର ଆଶା କରିଛନ୍ତି । ଏପଟେ ଅଜୟଙ୍କ ପୂର୍ବରୁ ଅକ୍ଷୟ କୁମାର ମଧ୍ୟ ତାମିଲ ଫିଲ୍ମ ଜଗତରେ ପାଦ ଦେଇସାରିଛନ୍ତି । ଫିଲ୍ମ ର୍ନିମାତା ଶଙ୍କର ମଧ୍ୟ ଏହି ଫିଲ୍ମଟିକୁ ତିଆରି କରିଛନ୍ତି । ଏହାର ଟାଇଟଲ ‘୨.୦’ ରଖାଯାଇଛି । ରଜନୀକାନ୍ତଙ୍କ ସହ ଅକ୍ଷୟ ଏଥିରେ ଖଳନାୟକ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ନଭେମ୍ବରରେ ରିଲିଜ ହେବକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More