Only for Entertainment

ନୂଆ ଘର ଖୋଜୁଛନ୍ତି କାଜୋଲ-ଅଜୟ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା !

34

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ କାଜୋଲ କିଛି ଦିନ ହେବ ନିଜ ନୂଆ ଘର ଖୋଜୁଛନ୍ତି । ଶୁଣିବାକୁ ମିଳିଛି ଯେ ଅଜୟ ଲମ୍ବା ସମୟ ଧରି ନିଜ ପାଇଁ ଆରାମଦାୟକ ବଙ୍ଗଳା ଖୋଜୁଛନ୍ତି । ଖାସ କଥା ହେଉଛି ସେ ଏହି ବଙ୍ଗଳା ଜୁହୁରେ ଖୋଜୁଛନ୍ତି । ଅସଲରେ ଅଜୟ ଏବଂ କାଜୋଲ ଅନେକ ଦିନ ଧରି ଗୋଟିଏ ସ୍ଥାନରେ ରହୁଛନ୍ତି ମାତ୍ର ଏବେ ସେ କୌଣସି ଏକ ସ୍ଥାନକୁ ସିଫ୍ଟ ହେବାକୁ ଚାହୁଁଛନ୍ତି ।

ଖବର ମୁତାବକ ଅଜୟ ୨ବର୍ଷ ଭଡା ଘରେ ରହିବା ପାଇଁ ନୂଆ ବଙ୍ଗଳା ସନ୍ଧାନ କରୁଛନ୍ତି । କାରଣ କାଜୋଲ ଏବଂ ଅଜୟ ନିଜ ଘରକୁ କିଛି ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି । ଘର କାମ କରିବା ପାଇଁ ଆଇଡିଆ ଚାଲିଛି ମାତ୍ର ଭଲ ଘର ମିଳୁନାହିଁ । ଦୁହେଁ ନୂଆ ଘର ପାଇଁ କିଛି ଡିଜାଇନ୍ସ ପସନ୍ଦ ମଧ୍ୟ କରିଛନ୍ତି । ଏବେ ଅଜୟ ଏବଂ କାଜୋଲ ଯେଉଁ ଘରେ ରହୁଛନ୍ତି ତାହା ଠିକ ଧର୍ମେନ୍ଦ୍ରଙ୍କ ଘର ବିପରୀତ ଅଟେ । ଏହି ଘର ରୋଡ ନମ୍ବର ୧୧ରେ ଅଛି ଏବଂ ଏବେ ଏହି ଯୋଡି ଏହି ଲୋକାଲିଟିରେ ନୁଆ ବଙ୍ଗଳା ଖୋଜୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ୧୯୯୯ରେ ବିବାହ କରିଥିଲେ । ତାଙ୍କର ଦୁଇ ଜଣ ଛୁଆ ନ୍ୟାସା ଏବଂ ୟୁଗ ଅଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଅଜୟ ଖୁବ ଶୀଘ୍ର ନିଜ ଅପକମିଂ ଫିଲ୍ମ ‘ଦେ ଦେ ପ୍ୟାର ଦେ’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ ରକୁଲ ପ୍ରୀତ ସିଂ ନଜର ଆସିବେ । ଶେଷ ଥର ତାଙ୍କୁ ଟୋଟାଲ ଧମାଲ ରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More