Only for Entertainment

ଘର ବଗିଚାରେ ନିହାତି ଲଗାନ୍ତୁ ଜୁଆଣି ଗଛ, ଥଣ୍ଡା ଜର ଆଦି ପାଖ ମାଡ଼ିବ ନାହିଁ

tasty apetite
110

ଜୁଆଣି ପତ୍ର ଖୁବ ଉପକାରୀ । କାରଣ ଏହା କେବଳ ରୋଷେଇ କାର୍ଯ୍ୟରେ ନୁହେଁ ବରଂ ଔଷଧ ଭାବରେ ମଧ୍ୟ କାମ କରେ । ଏହାକୁ ମିଠା ହେଉ ବା ମିଠା ଖଇ ବା ପରଠା ଆଦିରେ ବ୍ୟବହାର କରାଯାଏ ଯାହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । କୁହାଯାଏ ଯଦି ଘର ବାଡ଼ିରେ ଗୋଟିଏ ମାତ୍ର ଜୁଆଣି ଗଛ ଲଗାଉଛନ୍ତି ତେବେ ଏହା ଆପଣଙ୍କର ଏକାଧିକ କାମରେ ଆସିଥାଏ । ଜୁଆଣି ଗଛ କେଉଁଭଳି ଭାବରେ ଔଷଧୀୟ କାମ କରିଥାଏ, ଆସନ୍ତୁ ଆଲୋଚନା କରିବା ।

ଯଦି ଆପଣଙ୍କୁ ଥଣ୍ଡା ଆଦି ସମସ୍ୟା ହୋଇଛି ତେବେ ଜୁଆଣି ପତ୍ରକୁ ପାଣିରେ ଫୁଟାଇ ପିଅନ୍ତୁ । ଏହା ଦ୍ୱାରା ଥଣ୍ଡା କାଶ ଆଦି ସମସ୍ୟା ଖୁବଶୀଘ୍ର ଭଲ ହୋଇଯିବ । ତେବେ ଯଦି ଥଣ୍ଡା ଭଲ ହେଉ ନାହିଁ ଏବଂ ବିରକ୍ତ ଲାଗୁଛି ଚିନ୍ତା ନକ ରି ୧୦ରୁ ୧୨ଟି ଜୁଆଣି ପତ୍ରକୁ ଭଲ ଭାବରେ ଧୋଇ ପାଣିରେ ଫୁଟାଇ ପିଅନ୍ତୁ ।

ପକୋଡ଼ି ପ୍ରସ୍ତୁତ କରିବା ସମୟରେ ଯଦି ଜୁଆଣି ପତ୍ରକୁ ପକାଇ ପ୍ରସ୍ତୁତ କରୁଛନ୍ତି ତେବେ ତାହାକୁ ଖାଇଲେ ଗ୍ୟାସ ମସସ୍ୟା ଦେଖା ଦେବ ନାହିଁ ।

ଦହିରେ କିଛି ଜୁଆଣି ପେଷ୍ଟ ମିଶାଇ ଚଟଣୀ ପ୍ରସ୍ତୁତ କରାଯାଇ ପାରିବ । ଏହା ବାସ୍ନାକୁ ଦ୍ୱିଗୁଣିତ କରିଥାଏ । ଏତଦ୍ ବ୍ୟତୀତ କିଛି ତାଜା ଜୁଆଣି ପତ୍ରରେ ଅଦାକୁ ମିଶାଇ ଭଲ ଭାବରେ ବାଟି ଏକ ଚଟଣୀ ପ୍ରସ୍ତୁତ କରିପାରିବେ ।

ଗ୍ରୀନ ଜୁସ ପ୍ରସ୍ତୁତ କରିବା ପାଇଁ ଆପଣ କୌଣସି ଫଳରେ ଏହାର ପତ୍ରକୁ ମିଶାଇ ପ୍ରସ୍ତୁତ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More