Only for Entertainment

ଅକ୍ଷରା ହାସନଙ୍କ ଏକ୍ସ ବଏଫ୍ରେଣ୍ଡଙ୍କୁ ପଚରାଉଚରା,ପ୍ରାଇଭେଟ ଫଟୋ ଲିକ ହେବା ପଛରେ ହାତ ରହିଥିବା ସନ୍ଦେହ ।

Aaj Tak
37

କମଲ ହାସନଙ୍କ ଝିଅ ଅକ୍ଷରାଙ୍କ ପ୍ରଇଭେଟ ଫଟୋ ଲିକ ମାମଲାରେ ପୋଲିସ ତାଙ୍କ ଏକ୍ସ ବଏଫ୍ରେଣ୍ଡ ତନୁଜ ବୀରବାନିଙ୍କୁ ପଚରାଉଚରା କରୁଛି । ଅକ୍ଷରା ତାଙ୍କ ବିରୁଦ୍ଧରେ ମୁମ୍ବାଇ ପୋଲିସର ସାଇବର କ୍ରାଇମ ବ୍ରାଂଚରେ କରିଥିଲେ ।

କିଛି ଦିନ ପୂର୍ବରୁ ଅକ୍ଷରା ହାସନଙ୍କ ପ୍ରାଇଭେଟ ଫଟୋ ଅନଲାଇନରେ ଲିକ ହୋଇ ଯାଇଥିଲା । କେହି ଜଣେ ହ୍ୟାକ କରି ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲା । ପୋଲିସ ଏହି ମାମଲାର ଯାଂଚ କରୁଛି । ସନ୍ଦେହ ଘେରକୁ ଆସିଛନ୍ତି ଅକ୍ଷରାଙ୍କ ଏକ୍ସ ବଏଫ୍ରେଣ୍ଡ ।ଦୁଇଜଣ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ସଂପର୍କରେ ଥିଲେ ।

ମୁମ୍ବାଇ ପୋଲିସର ଜଣେ ସିନିଅର ଅଫିସରଙ୍କ କହିବା ଅନୁସାରେ ଅକ୍ଷରା ୨୦୧୩ ପର୍ଯ୍ୟନ୍ତ ଆଇଫୋନ ୬ ବ୍ୟବହାର କରୁଥିଲେ ଏବଂ ସେଥିରେ ଏହି ସମସ୍ତ ଫଟୋ ଥିଲା । ଯାଂଚ କରିବା ପରେ ଜଣାଗଲାଯେ ୨୦୧୩ରେ ଏହି ଫଟୋ ତନୁଜଙ୍କ ସହିତ ଶେୟାର କରାଯାଇଥିଲା ।ତନୁଜଙ୍କୁ ପଚାରିବାରୁ ସେ କହିଛନ୍ତିଯେ ଏହି ଫଟୋ କେବଳ ତାଙ୍କ ପାଇଁ ଥିଲା ଏବଂ ସେ ଏହାକୁ ଲିକ କରିନାହାଁନ୍ତି ।ଫଟୋ ଦେଖିବା ପରେ ସେ ଏହାକୁ ଡିଲିଟ କରି ଦେଇଥିଲେ ।ସେହି ସମୟରେ କେବଳ ଫଟୋ ନୁହେଁ ବରଂ ଏମଏମଏସ ମଧ୍ୟ ଏକ୍ସଚେଂଜ ହେଉଥିଲା । ଅକ୍ଷରା ଯେଉଁ ଫୋନରୁ ଏହା ପଠାଇଥିଲେ ତାହା ଭାଙ୍ଗି ଯାଇଥିଲା ଏବଂ ତାହା ମୋ ଘରେ କେଉଁଠାରେ ପଡ଼ିଥିବ ।

କହିରଖୁଛଯେ ୨୦୧୩ରେ ଲଭ ୟୁ ସୋନିୟାରେ ତନୁଜ ବଲିଉଡରେ ଡେବ୍ୟୁ କରି ସାରିଛନ୍ତି । ସେ ସନି ଲିଓନଙ୍କ ଅପୋଜିଟ ୱାନ ନାଇଟ ଷ୍ଟାଣ୍ଡ (୨୦୧୬)ରେ ନଜର ଆସିଥିଲେ । ତନୁଜଙ୍କ ମା ରତି ଅଗ୍ନିହୋତ୍ରୀ ଏବଂ କମଲ ହାସନ ୧୯୮୧ରେ ଏକ ଦୁଜେ କେ ଲିଏରେ ବଲିଉଡରେ ଡେବ୍ୟୁ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More