Only for Entertainment

ସାମ୍ନାକୁ ଆସିଲା ‘ଗୁଡ ନ୍ୟୁଜ’ର ପୋଷ୍ଟର, କରନା-କିଆରାଙ୍କ ବେବି ବମ୍ପ ମଝିରେ ଫସିଥିବା ନଜର ଆସିଲେ ଅକ୍ଷୟ କୁମାର ଓ ଦିଲଜୀତ ଦୋସାଂଝା

DNA India
27

ଏବେ ଦର୍ଶକଙ୍କ ମଧ୍ୟରେ ‘ହାଉସଫୁଲ ୪’ର କ୍ରେଜ କମିନଥିବା ବେଳେ ଅଭିନେତା ଅକ୍ଷୟ କୁମାର ଆଉ ଏକ କମେଡି ଫିଲ୍ମ ‘ଗୁଜ ନ୍ୟୁଜ’ ସହିତ ସ୍କ୍ରିନରେ ଧମାଲ କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି । ‘ହାଉସଫୁଲ ୪’ ପରି ଏହା ମଧ୍ୟ ଏକ ମଲ୍ଟିଷ୍ଟାରର ଫିଲ୍ମ । ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତିତ କରୀନା କପୁର, କିଆରା ଆଡଭାଣୀ ଏବଂ ଦିଲଜୀତ ଦୋସାଂଝା ନଜର ଆସିବେ । ନିକଟରେ ଫିଲ୍ମର ଧମକାଦାର ପୋଷ୍ଟର ମେକର୍ସ ରିଲିଜ କରିଛନ୍ତି । ପୋଷ୍ଟରକୁ ଦେଖିବା ପରେ ଆପଣ ମଧ୍ୟ ଫିଲ୍ମର ରିଲିଜ ଡେଟକୁ ଅପେକ୍ଷା କରି ରହିବେ ।

 

ରିଲିଜ ହୋଇଥିବା ପୋଷ୍ଟରରେ କରୀନା କପୁର ଓ କିଆରା ଆଡଭାଣୀ ଦୁହେଁ ପ୍ରେଗ୍ନେଣ୍ଟ ଥିବା ନଜର ଆସିଛନ୍ତି । ଫିଲ୍ମର ପୋଷ୍ଟର ଖୁବ ମଜାଦାର ହୋଇଛି । ପୋଷ୍ଟରରେ ଦେଖିବାକୁ ମିଳିଛି ଯେ, କରୀନା-କିଆରାଙ୍କ ବେବି ବମ୍ପ ମଧ୍ୟରେ ଅକ୍ଷୟ ଏବଂ ଦିଲଜୀତ ଫସିଥିବାର ନଜର ଆସିଛନ୍ତି । ଫିଲ୍ମ ୨୭ ଡିସେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More