Only for Entertainment

ପୁଲବାମା ଆତଙ୍କୀ ହମଲା ପରେ ଅକ୍ଷୟ କୁମାର ‘କେସରୀ’ଫିଲ୍ମରୁ ହଟାଇଲେ ପାକିସ୍ତାନୀ କଳାକାରଙ୍କ ଗୀତ !

46

ପୁଲବାମା ଆତଙ୍କ ପରେ ବଲିଉଡ କଳାକାର ନିଜ ଫିଲ୍ମରେ ପାକିସ୍ତାନୀ କଳାକାରଙ୍କୁ ନେବା ପାଇଁ ମନା କରିଦେଇଛନ୍ତି । ଅନେକ ଫିଲ୍ମରେ ପାକିସ୍ତାନୀ ଗୀତ ମଧ୍ୟ ସୁଟ ହୋଇଯାଇଥିଲା । ଯାହା ଏବେ ଧୀରେ ଧୀରେ ହଟା ଯାଉଛି । ଏହିଭଳି କିଛି କରିଛନ୍ତି କରଣ ଜୋହର ଏବଂ ଅକ୍ଷୟ କୁମାର ।

ସୂତ୍ର ମୁତାବକ ଧର୍ମା ପ୍ରଡକ୍ସନ ଫିଲ୍ମ ଅକ୍ଷୟ କୁମାରଙ୍କ ଫିଲ୍ମ ‘କେସରୀ’ର ଏକ ଗୀତ ପାକିସ୍ତାନୀ ସିଙ୍ଗର ଗାଇଥିଲେ , ଗୀତକୁ ଫିଲ୍ମରେ ମଧ୍ୟ ସ୍ଥାନ ମିଳିଯାଇଥିଲା । କିନ୍ତୁ ପୁଲବାମା ହମଲା ପରେ ଅକ୍ଷୟ କୁମାର ଏବଂ କରଣ ଜୋହର ଚୁପଚାପ ନିଜ ଫିଲ୍ମରୁ ଗୀତକୁ ହଟାଇ ଦେଇଛନ୍ତି । ଏହି ଗୀତ ହଟାଇଥିବା ଖବର ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ୨୧ମାର୍ଚ୍ଚରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More