Only for Entertainment

ତୈମୁର ଅଲ୍ଲୀ ଖାନ ଏତେ କୋଟିରେ ସାଇନ କଲେ ନିଜର ଡେବ୍ୟୁ ଫିଲ୍ମ, ମା’ କରୀନା ଏବଂ ଅକ୍ଷୟଙ୍କ ସହିତ କରିବେ କାମ

Bollywood
71

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନ ଜନ୍ମ ହେବାଠାରୁ ଆରମ୍ଭ କରି ଏପର୍ଯନ୍ତ ଲଗାତାର ଚର୍ଚ୍ଚାରେ ରହିଆସୁଛନ୍ତି । ତୈମୁରଙ୍କ କ୍ରେଜ ଲୋକଙ୍କ ମଧ୍ୟରେ ଏତେ ବଢିଯାଇଛି ଯେ, ଫ୍ୟାନ୍ସ ତାଙ୍କର ବଲିଉଡ ଡେବ୍ୟୁକୁ ଚାହିଁ ରହିଛନ୍ତି । ତେବେ ତୈମୁରଙ୍କୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି ।
ରିପୋର୍ଟ ଅନୁସାରେ, ତୈ÷ମୁର ଅଲ୍ଲୀ ଖାନ ନିଜ କ୍ୟାରିଅରର ପ୍ରଥମ ଫିଲ୍ମ ସାଇନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ତୈମୁର ଅଲ୍ଲୀ ଖାନ ମା’ କରୀନା କପୁରଙ୍କ ଆଗାମୀ ଫିଲ୍ମ ‘ଗୁଡ ନ୍ୟୁଜ’ରେ କାମ କରିବେ । ଫିଲ୍ମରେ କରୀନାଙ୍କ ବ୍ୟତିତ ଅକ୍ଷୟ କୁମାର, ଦିଲଜୀତ ଦୋଶାଂଝା ଏବଂ କିଆରା ଆଡଭାଣୀଙ୍କ ପରି କଳାକାର ମଧ୍ୟ ନଜର ଆସିବେ ।

ଖବର ଅନୁସାରେ ଫିଲ୍ମ ‘ଗୁଡ ନ୍ୟୁଜ’ରେ କରୀନା ଏବଂ ଅକ୍ଷୟଙ୍କ ପୁଅ ପାଇଁ ମେକର୍ସ ଛୋଟ ଛୁଆ ଟିଏ ଖୋଜୁଥିଲେ । ଏହି କଥା କରୀନା ଜାଣିବା ପରେ ସେ କରଣ ଜୋହରଙ୍କୁ ତୈମୁରଙ୍କ ନାମ ସୁଝାଇଥିଲେ । କରୀନା, କରଣ ଜୋହରଙ୍କୁ କହିଥିଲେ, ‘ଯେବେ ମୋ ପୁଅ ଏତେ ସୁନ୍ଦର ତେବେ ଆଉ କାହିଁକି କୁଆଡେ ଖୋଜିବା । ଲୋକେ ମଧ୍ୟ ତୈମୁରଙ୍କ ପାଇଁ ଦିୱାନା । ଯଦି ତୈମୁର ଫିଲ୍ମରେ ନଜର ଆସିବେ ତେବେ ଫିଲ୍ମକୁ ମଧ୍ୟ ଏହାର ଫାଇଦା ମିଳିବ । ଏହା ସହିତ ତୈମୁର ଛୋଟ ବେଳୁ କ୍ୟାମେରା ଫ୍ରେଣ୍ଡଲି ।’ କରୀନାଙ୍କ ଏହି କଥା କରଣଙ୍କୁ ଖୁବ ପସନ୍ଦ ଆସିଲା ଏବଂ ସେ ତୈମୁରଙ୍କୁ ନେବା ପାଇଁ ତୁରନ୍ତ ହଁ ଭରିଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ତୈମୁର ନିଜର ଡେବ୍ୟୁ ଫିଲ୍ମ ପାଇଁ ପାଖାପାଖି ଏକ କୋଟି ଟଙ୍କା ଚାର୍ଜ କରିଛନ୍ତି ।

ତେବେ ଫିଲ୍ମରେ ତୈମୁରଙ୍କୁ ନେବା କରଣଙ୍କ ପାଇଁ ଏକ ଭଲ ସୁଯୋଗ ରହିବ । ଏହା ଦ୍ୱାରା ଫିଲ୍ମକୁ ବକ୍ସ ଅଫିସରେ ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ ମିଳିବ । ଦେଖିବାକୁ ବାକି ରହିଲା ଏହି ଖବର କେତେ ଦୂର ସତ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More