Only for Entertainment

ବୋନି କପୁରଙ୍କ ବିନା ନିର୍ମାଣ ହୋଇପାରିନଥାନ୍ତା ଅକ୍ଷୟ ଏବଂ ରୋହିତ ସେଟ୍ଟୀଙ୍କ ଫିଲ୍ମ ସୂର୍ଯ୍ୟବଂଶୀ, ଜାଣନ୍ତୁ କାରଣ

DNA
27

ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବେ ସିମ୍ବାର ସକ୍ସେସକୁ ସେଲିବ୍ରେଟ କରୁଛନ୍ତି । ଏହି ଫିଲ୍ମକୁ ଦର୍ଶକ ଭରପୂର ଭଲ ପାଇବା ଦେଇଛନ୍ତି । ଖବର ଅନୁସାରେ ରୋହିତ ସେଟ୍ଟୀ ଖୁବ ଶୀଘ୍ର ନିଜର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂ ବ୍ୟସ୍ତ ହୋଇଯିବେ । ରେହିତଙ୍କ ଏହି ଫିଲ୍ମରେ ଖିଲାଡୀ କୁମାରଙ୍କୁ ଦେଖିବାକୁ ମିଳିବ ।

କହିରଖୁଛୁ ଯେ, ପ୍ରଥମ ଥର ପାଇଁ ଅକ୍ଷୟ ରୋହିତ ସେଟ୍ଟୀଙ୍କ ଫିଲ୍ମରେ ନଜର ଆସିବେ । ଏହାର ଝଲକ ଫିଲ୍ମ ସିମ୍ବାରେ ଦେଖିବାକୁ ମିଳିଛି । କିନ୍ତୁ ଅକ୍ଷୟ-ରୋହିତଙ୍କ ଫିଲ୍ମ ସିମ୍ବାର ନିର୍ମାଣ ପ୍ରଡ୍ୟୁସର ବୋନି କପୁରଙ୍କ ବିନା ସମ୍ଭବ ହୋଇପାରିନଥାନ୍ତା । ଯଦି ଆପଣ ଭାବୁଛନ୍ତି ଏହା କିପରି ସମ୍ଭବ ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ସୂର୍ଯ୍ୟବଂଶୀ ନାମରେ ପୂର୍ବରୁ ଏକ ଫିଲ୍ମ ରିଲିଜ ହୋଇଥିଲା । ଯେଉଁଥିରେ ସୁପରଷ୍ଟାର ସଲମାନ ଖାନ ନଜର ଆସିଥିଲେ । ଏହି ଫିଲ୍ମର ପ୍ରଡ୍ୟୁସର ଥିଲେ ବିଜୟ ଗଲାନୀ ।

Boney-Kapoor

କୁହାଯାଉଛି ଯେ, ସୂର୍ଯ୍ୟବଂଶୀ ଫିଲ୍ମ ନାମରେ ପୂର୍ବରୁ ଫିଲ୍ମର ଟାଇଟଲ ଥିବାରୁ ରୋହିତ ସେଟ୍ଟୀଙ୍କୁ ଅସୁବିଧା ହୋଇଥିଲା । ଏହି କାମରେ ରୋହିତଙ୍କୁ ବୋନି କପୁର ସାହାଯ୍ୟ କରିଥିଲେ । ବିଜୟଙ୍କ ଠାରୁ ଅନୁମତି ଆଣିଥିଲେ ଯେପରି ରୋହିତ ଏହି ଟାଇଟଲରେ ଫିଲ୍ମ ନିର୍ମାଣ କରିପାରିବେ ।

ଆପଣଙ୍କୁ କହିରଖୁଛୁ ଯେ, ରୋହିତ ସେଟ୍ଟୀଙ୍କ ଏହି ନୂଆ ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ଅଜୟ ଦେବଗନ ଏବଂ ରଣବୀର ସିଂ କାମିୟୋ ଭାବେ ନଜର ଆସିବେ । ଫିଲ୍ମରେ ଅକ୍ଷୟ ଏଟିଏସ ଅଫିସର ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More