Only for Entertainment

କ’ଣ ବକ୍ସ ଅଫିସରେ ପରସ୍ପରକୁ ଟକ୍କର ଦେବେ ଏହି ଦୁଇ ଅଭିନେତା?

bollywood tadka
20

ବଲିଉଡ ଆକ୍ଟର ସଲମାନ ଖାନ ଏବଂ ଖିଲାଡ଼ୀ କୁମାର ଅକ୍ଷୟ ଏବେ ଖୁବ ଚର୍ଚ୍ଚାରେ । ଦୁଇ ଜଣଙ୍କ ଫିଲ୍ମ ଆସନ୍ତା ବର୍ଷ ଇଦରେ ବକ୍ସ ଅଫିସରେ ପରସ୍ପରକୁ ଟକ୍କର ଦେଇପାରନ୍ତି । ଫିଲ୍ମ ନିର୍ମାତା ସଂଜୟ ଲୀଲା ଭଂସାଲି ସଲମାନ ଖାନ ଏବଂ ଆଲିୟା ଭଟ୍ଟଙ୍କୁ ନେଇ ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ ଈଶାଅଲ୍ଲାହ । ତାଙ୍କ ଫିଲ୍ମ ଆସନ୍ତା ବର୍ଷ ୨୦୨୦ରେ ରିଲିଜ ହେବାକୁ ଯାଉଛି ।

ଆସନ୍ତା ବର୍ଷ ଫିଲ୍ମ ରିଲିଜ ହେବ ବୋଲି ମଧ୍ୟ ସଲମାନ କହିଛନ୍ତିି । ସଲମାନଙ୍କ ଦବଙ୍ଗ ଏହି ବର୍ଷ ଡିସେମ୍ବରରେ ରିଲିଜ ହେବ ।

ଅକ୍ଷୟ କୁମାର ରୋହିତ ସେଟ୍ଟୀଙ୍କ ଫିଲ୍ମ ସୂର୍ଯ୍ୟବଂଶୀରେ କାମ କରିବାକୁ ଯାଉଛନ୍ତି । ଫିଲ୍ମରେ ଅଜୟ ଦେବଗନ ଏବଂ ରଣବୀର ସିଂ କ୍ୟାମିଓ କରୁଥିବାର ନଜର ଆସିବେ । ରୋହିତ ସେଟ୍ଟୀ ବର୍ଷ ଆରମ୍ଭରୁ ଆସନ୍ତା ବର୍ଷ ପାଇଁ ସୂର୍ଯ୍ୟବଂଶୀ ନାମରେ କରି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More