Only for Entertainment

ପ୍ରଥମ ଥର ଏହି ଐତିହାସିକ ଫିଲ୍ମରେ ନଜର ଆସିବେ ଅକ୍ଷୟ କୁମାର,ଶୁଣନ୍ତୁ ଜବରଦସ୍ତ ମ୍ୟୁଜିକ

hindirush
94

ଆଜି ବଲିଉଡ କଳାକାର ଅକ୍ଷୟ କୁମାରଙ୍କ ୫୨ ଜନ୍ମଦିନ । ଏହି ସୁଯୋଗରେ ଅକ୍ଷୟ କୁମାର ତାଙ୍କ ଫ୍ୟାନ୍ସଙ୍କୁ ସାନଦାର ଉପହାର ଦେଇଛନ୍ତି । ନିକଟରେ ଅକ୍ଷୟ କୁମାର ଏକ ଐତିହାସିକ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । ଅଭିନେତା ସୋସିଆଲ ମିଡିଆରେ ଏକ ଭିଡ଼ିଓ କ୍ଲିପ ଶେୟାର କରିଛନ୍ତି । ୪୨ ସେକେଣ୍ଡର ଏହି ଟିଜରରେ ରାଜା ପୃଥ୍ୱୀରାଜଙ୍କ ଦରବାରରେ ପ୍ରବେଶ କରିବାର ଘୋଷଣା ସହିତ ଏକ ଜବରଦସ୍ତ ମ୍ୟୁଜିକ ମଧ୍ୟ ଦିଆଯାଇଛି ।

 


କିଛି ଦିନ ପୂର୍ବରୁ ଏହାକୁ ନେଇ ଥିବା ଉତ୍ସୁକତା ବିଷୟରେ ଜଣାଇଥିଲେ ଅକ୍ଷୟ କୁମାର । ଏହି ଫିଲ୍ମରେ ଅଭିନୟ କରୁଥିବାରୁ ଯଥେଷ୍ଟ ଗର୍ବିତ ଅଛନ୍ତି ଖିଲାଡ଼ୀ କୁମାର । ତେବେ ଦେଶର ଜଣେ ହିରୋ ଭାବରେ ପୃଥ୍ୱୀରାଜଙ୍କୁ ସମ୍ମାନ ଦେଇ ଅମର କରିବା ଉଚିତ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ ।

 

କହିରଖୁଛୁ ମିସ ୱାର୍ଲଡ ମାନୁଷୀ ଛିଲ୍ଲର ଏହି ଫିଲ୍ମରେ ନଜର ଆସିବେ । ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିବେ । କିନ୍ତୁ ଏପର୍ଯ୍ୟନ୍ତ ଏହି କଥାର ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More