Only for Entertainment

#MeToo : ଯୌନ ଶୋଷଣ ମାମଲାରେ ସାମ୍ନାକୁ ଆସିଲା ନିର୍ଦ୍ଦେଶକ ସାଜିଦ ଖାନଙ୍କ ନାମ , ‘ହାଉସଫୁଲ ୪’ରୁ ହେଲେ ବାହାର ।

AVSTV
30

ଯୌନ ଉତ୍ପୀଡନ ଘଟଣାକୁ ଉଜାଗର କରୁଥିବା କ୍ୟାମ୍ପେନ #MeTooରେ ଏବେ ନିର୍ଦ୍ଦେଶକ ସାଜିଦ ଖାନଙ୍କ ନାମ ସାମ୍ନାକୁ ଆସିଛି । ସାଜିଦ ଖାନଙ୍କ ଆଗାମୀ ଫିଲ୍ମ ‘ହାଉସଫୁଲ ୪’ ର ପ୍ରଡ୍ୟୁସର ଏହି ମାମଲାରେ ବଡ ଷ୍ଟେପ ଉଠାଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଅଭିନେତ୍ରୀ ସଲୋନୀ ଚୋପ୍ରା ନିର୍ଦ୍ଦେଶକ ସାଜିଦ ଖାନଙ୍କ ଉପରେ ଯୌନ ଶୋଷଣ ଆରୋପ ଲଗାଇଛନ୍ତି । ସଲୋନୀ କେବଳ ସାଜିଦଙ୍କ ଉପରେ ନୁହେଁ କ୍ୱିନର ନିର୍ଦ୍ଦେଶକ ବିକାଶ ବହଲଙ୍କ ନାମ ମଧ୍ୟ ନେଇଛନ୍ତି ।

ଶୁଣିବାକୁ ମିଳୁଛି ଯେ, ଅକ୍ଷୟ କୁମାରଙ୍କ ମଲ୍ଟିଷ୍ଟାରର ଫିଲ୍ମ ‘ହାଉସଫୁଲ ୪’ ରୁ ଏବେ ନିର୍ଦ୍ଦେଶକ ସାଜିଦ ଖାନଙ୍କୁ ବାହାର କରି ଦିଆଯାଉଛି । କହିରଖୁଛୁ ଯେ, ଅକ୍ଷୟ କୁମାର ନିକଟରେ ପମରିବାର ସହିତ ଛୁଟି କଟାଇବା ପାଇଁ ଇଟାଲୀ ଯାଇଥିଲେ । ଛୁଟି କଟାଇ ଫେରିବା ପରେ ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସେ ଫିଲ୍ମର ପ୍ରଡ୍ୟୁସର ସାଜିଦ ନାଡିଆୱାଲାଙ୍କ ସହିତ ମିଶି ସାଜିଦ ଖାନଙ୍କୁ ଏହି ପ୍ରୋଜେକ୍ଟରୁ ନିଜକୁ ଦୂରେଇବା ପାଇଁ କହିଥିଲେ । ଏହି ନର୍ଣ୍ଣୟ ମି ଠୁ କୁ ମିଳୁଥିବା ଲଗାତାର ସଫଳତା ପରେ ନିଆଯାଇଛି ।

akshay-statement

କିଛି ସମୟ ପୂର୍ବରୁ ଅକ୍ଷୟ କୁମାର ଟ୍ୱିଟ କରି ନିଜ ବୟାନ ଜାରି କରିଥିଲେ । ଟ୍ୱିଟ କରି ସେ କହିଥିଲେ, ମୁଁ ଗତ ରାତିରେ ଦେଶକୁ ଫେରିଲି । ଏବଂ ଦେଶକୁ ଫେରି ଯେଉଂ ଖବର ପଢିଲି ତାହା ଖୁବ ବ୍ୟତିବ୍ୟସ୍ତ କରିବା ଭଳି ଖବର । ମୁଁ ‘ହାଉସଲଫୁଲ ୪’ର ପ୍ରଡ୍ୟୁସରଙ୍କୁ ନିବେଦନ କରୁଛି କୌଣସି ଆକ୍ସନ ନିଆଯିବା ଯାଏଁ ଫିଲ୍ମର ସୁଟିଂକୁ ବାତିଲ କରି ଦିଅନ୍ତୁ । ଏହା ଏପରି ଏକ ଘଟଣା ଯାହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । ଏହି ଘଟଣାରେ ଦୋଷୀ ଲୋକଙ୍କ ସହିତ ମୁଁ କାମ କରିବାକୁ ଚାହୁଁନି । ଏବଂ ଯେଉଁମାନେ ଏହି ଘଟମାରେ ପିଡିତ ତାଙ୍କୁ ନ୍ୟାୟ ମିଳିବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More