Only for Entertainment

ଅକ୍ଷୟଙ୍କ ଗୀତକୁ କପି କରୁଥିଲେ ଗୁଡ୍ଡୁ ଏବଂ ରଶ୍ମି, ଖିଲାଡି ଆସି ଏପରି ହେଲେ ମୁହାମୁହିଁ !

33

ସାରା ଅଲ୍ଲୀ ଖାନ ଙ୍କ ସୋନୁ ନାଁରେ ଫେମସ କାର୍ତ୍ତିକ ଆର‌୍ୟନ ଏବଂ ବରେଲୀ କି ବରଫି କୃତି ସାନନଙ୍କ ଫିଲ୍ମ ଲୁକାଛୁପିର ଟ୍ରେଲର ରିଲିଜ ହେଉ ହେଉ ୟୁଟ୍ୟୁବରେ ଧମାକା ହୋଇଛି । କିନ୍ତୁ କାର୍ତ୍ତିକ ଆର‌୍ୟନ ଏବଂ କୃତ୍ତି ସାନନଙ୍କ ଲୁକା ଛୁପିରେ ସାଥ ଦେଇଛନ୍ତି ଖିଲାଡି ଅକ୍ଷୟ କୁମାର । ରୋମାଂଟିକ କମେଡି ଫିଲ୍ମ ଲୁକାଛୁପିରେ କାର୍ତ୍ତିକ ଆର‌୍ୟନ ଏବଂ କୃତିଙ୍କ ବିବାହକୁ ନେଇ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିବ । କିନ୍ତୁ କାର୍ତ୍ତିକ ଆର‌୍ୟନ, କୃତି ସାନନ ଏବଂ ଅକ୍ଷୟ କୁମାରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ତିନିଜଣ ମସ୍ତି କରୁଥିବାର ନଜର ଆସିଛନ୍ତି ।

ଅସଲରେ ଏହି ଫିଲ୍ମରେ ଅକ୍ଷୟଙ୍କ ଫିଲ୍ମ ଅଫଲାତୁନ’ର ଗୀତ ପୋଷ୍ଟର ଛପବା ଦୋ ସ୍ଥାନ ପାଇଛି । ଅଫଲାତୁନ ୧୯୯୭ରେ ରିଲିଜ ହୋଇଥିଲା । ଏଥିରେ ଅକ୍ଷୟଙ୍କ ସହ ଉର୍ମିଲା ମାତୋଣ୍ଡକର ନଜର ଆସିଥିଲେ । ଏହି ଭିଡିଓରେ କାର୍ତ୍ତିକ ଆର‌୍ୟନ ଅକ୍ଷୟ କୁମାରଙ୍କ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହାପରେ ହିରୋଇନ କୃତିମଧ୍ୟ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଏହାପରେ ଅକ୍ଷୟ ଦୁହିଁଙ୍କ ସହ ମସ୍ତି କରୁଥିବାର ନଜର ଆସିଛନ୍ତି ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମର ଗୀତ ‘ପୋଷ୍ଟର ଛପବା ଦୋ’ ଆଜି ରିଲିଜ ହେବ ଏବଂ ଫିଲ୍ମ ଲୁକାଛୁପି ମାର୍ଚ୍ଚର ପ୍ରଥମରେ ହିଁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More