Only for Entertainment

ଆସାମ ବନ୍ୟା ପିଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଅକ୍ଷୟ କୁମାର, ଦାନ କଲେ ଦୁଇ କୋଟି

google
86

ଆସାମରେ ଆସିଥିବା ବନ୍ୟା ପାଇଁ ସେହି ଅଂଚଳରେ ଜନ-ଜୀବନକୁ ଅସ୍ତ-ବ୍ୟସ୍ତ କରିଦେଇଛି । ଏପରି ପରିସ୍ଥିତିରେ ବନ୍ୟା ପଡିତଙ୍କୁ ସାହାଯ୍ୟ କରିବା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ସହାୟତାର ହାତ ବଢାଇଛନ୍ତି । ଅକ୍ଷୟ କୁମାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଏବଂ କାଜିରଙ୍ଗା ପାଇଁ ଦୁଇ କୋଟି ଦେବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।

ଅକ୍ଷୟ କୁମାର ଟ୍ୱିଟରରେ ଏହି ଘଟଣାକୁ ନେଇ ନିଜର ସମ୍ବେଦନ ପ୍ରକଟ କରି କହିଛନ୍ତି, ‘ଆସାମରେ ଆସିଥିବା ବନ୍ୟା ବିଷୟରେ ଶୁଣି ଖୁବ ଦୁଃଖ ଲାଗିଲା । ଏହିପରି ସ୍ଥିତିରେ ବନ୍ୟାରେ ପିଡିତ ସମସ୍ତ ବ୍ୟକ୍ତି ଏବଂ ଜୀବଜନ୍ତୁ ସାହାଯ୍ୟ ପାଇବାର ହକଦାର । ମୁଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଏବଂ କାଜିରଙ୍ଗା ପାର୍କ ରେସ୍କ୍ୟୁ ପାଇଁ ଏକ ଏକ କୋଟି ଦେବା ପାଇଁ ଚାହିଁବି । ସମସ୍ତଙ୍କୁ ଅନୁରୋଧ ଏହିପାଇଁ ଯୋଗଦାନ ଦିଅନ୍ତୁ ।’

ଏହା ପ୍ରଥମଥର ନୁହେଁ ଯେ, ଅକ୍ଷୟ ସାହାଯ୍ୟର ହାତ ବଢାଇଛନ୍ତି । ଏହା ପୂର୍ବରୁ ସେ ପୁଲୱାମା ସହିଦ ପରିବାର, ଚେନ୍ନାଇ ଏବଂ ଓଡିଶାରେ ଆସିଥିବା ପ୍ରାକୃତିକ ବିପର୍ଯୟ ପାଇଁ ସହାୟତା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More