ଅକ୍ଷୟ କୁମାର ତଳେ ବସି ମସକଲିକୁ ଖୁଆଇଲେ ଦାନା, ୩୫ଥର ଦେଖାଗଲା ଭିଡିଓ !
ସବୁବେଳେ ଫ୍ୟାନ୍ସ ମାନଙ୍କ ସହିତ କିଛି ହଟକେ ଅନ୍ଦାଜର ଭିଡିଓ ଗୁଡିକ ସେୟାର କରିଥାନ୍ତି ଅକ୍ଷୟ । ଏବେ ପୁଣିଥରେ ଆକ୍ସନ ହିରୋ ଅକ୍ଷୟ କୁମାରଙ୍କ ଆଉ ଏକ ଭିଡିଓ ସାମନାକୁ ଆସିଛି । ସୁଟିଂରୁ ଟିକେ ଫୁରସତ ସମୟ ମିଳିବା ପରେ ଏଭଳି କିଛି ଢଙ୍ଗରେ ସମୟ ଅତିବାହିତ କରିଥିଲେ ଖିଲାଡି କୁମାର । ପାରା ମାନଙ୍କୁ ନିଜ ହାତରେ ଦାନା ଖୁଆଉଛନ୍ତି ଅକ୍ଷୟ । ପାରାମାନଙ୍କ ସହିତ ଅକ୍ଷୟ ବେଶ ଖୁସି ମଧ୍ୟ ଲାଗୁଛନ୍ତି । ନିଜ ହାତରେ ପାରା ମାନଙ୍କୁ ଖାଦ୍ୟ ଖୁଆଉଛନ୍ତିି ଅକ୍ଷୟ ।
View this post on Instagram
ଯେଉଁ ଭିଡିଓକୁ ଏବେ ୩୫ ଳକ୍ଷରୁ ଅଧୀକ ଲୋକ ଦେଖି ସାରିଲେଣି । କେବଳ ପାରା ମାନଙ୍କ ସହିତ ସମୟ ଅତିବାହିତ କରିଥିଲେ ଅକ୍ଷୟ ତାହା ନୁହେଁ ବଡି ଫିଟନେସ ପାଇଁ ଜୋରଦାର କସରତ କରୁଛନ୍ତି ଅକ୍ଷୟ । ବେକରେ ବିରାଟ ବଡ ମାଳ ପକେଇ ବେକର ଏକ୍ସରସାଇଜ ମଧ୍ୟ କରିଛନ୍ତି । ଏହି ଭିଡିଓକୁ ମଧ୍ୟ ୫ ଘଂଟା ଭିତରେ ୨୬ ଲକ୍ଷରୁ ଅଧୀକ ଲୋକ ଦେଖିସାରିଲେଣି । ଅକ୍ଷୟ କୁମାର ଏବେ ଜେସଲମେରରେ ଆଗାମୀ ଫିଲ୍ମ ହାଉସଫୁଲ ୪ ସୁଟିଂ ରେ ବ୍ୟସ୍ତ ଅଛନ୍ତି ।