Only for Entertainment

କରୀନା-କିଆରାଙ୍କ ସହିତ ମସ୍ତୀ କରୁଥିବାର ନଜର ଆସିଲେ ଅକ୍ଷୟ କୁମାର ।

bollywood tadka
24

ଗତ କିଛି ଦିନ ହେବ ଅକ୍ଷୟ କୁମାର ତାଙ୍କର ଅପକମିଂ ଫିଲ୍ମ ସୂର୍ଯ୍ୟବଂଶୀରେ ପାଲିସ ଗେଟ ଅପକୁ ନେଇ ଚର୍ଚ୍ଚାରେ ରହିଥିଲେ । ଫିଲ୍ମର ପୋଷ୍ଟର ରିଲିଜ ହେବା ମାତ୍ରେ ଅକ୍ଷୟ କୁମାରଙ୍କ ଯାଦୁ ସୋସିଆଲ ମିଡିଆରେ ଖେଳି ଯାଇଥିଲା । କିନ୍ତୁ ଗୋଟିଏ ଚର୍ଚ୍ଚା ନସରୁଣୁ ପୁଣିଥରେ ଚର୍ଚ୍ଚାକୁ ଆସି ଯାଇଛନ୍ତି ଏହି ବଲିଉଡ ନାୟକ । ଏହି ମଧ୍ୟରେ ବଡ଼ ପରଦାରେ ରିଲିଜ ହେବା ପାଇଁ ଅକ୍ଷୟ କୁମାରଙ୍କ ଗୁଡ ନ୍ୟୁଜ ପ୍ରସ୍ତୁତ । ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜାରି ରହିଛି ।

ନିକଟରେ ଏହି ଫିଲ୍ମ ରିଲେଟେଡ ଏକ ଭିଡ଼ିଓ ଭାଇରାଲ ହେଉଛି । ଏଥିରେ ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀର ଝଲକ ଦେଖିବାକୁ ମିଳିଛି । ଏହି ଭିଡ଼ିଓରେ ସର୍ବ ପ୍ରଥମେ ଦିଲଜିତ ସିଂ ଦୋସାଂଝ ପୋଲିସର ସାଇରନ ଶବ୍ଦ କରୁଛନ୍ତି । ଏହାପରେ ଅକ୍ଷୟ କୁମାର,କିୟାରା ଆଡ଼ବାଣି ଏବଂ କରୀନା କପୁର ମଧ୍ୟ ସେହିଭଳି ଶବ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More