Only for Entertainment

ଫାଇନାଲ ହେଲା ଗୁଡ ନ୍ୟୁଜର ରିଲିଜ ଡେଟ ।

bollywood tadka
17

ବଲିଉଡ ଆକ୍ଟର ଅକ୍ଷୟ କୁମାର ଏବଂ କରୀନା କପୂର ଷ୍ଟାରର ଫିଲ୍ମ ଗୁଡ ନ୍ୟୁଜର ନୂଆ ରିଲିଜ ଡେଟ ଘୋଷଣା ହୋଇ ସାରିଛି । ଏହି ବର୍ଷ ୨୭ ଡିସେମ୍ବରକୁ ଫିଲ୍ମ ସିନେମା ଘରେ ରିଲିଜ ହେବ । ଖାସ କଥା ହେଉଛି ଏହି ଦିନ ସଲମାନ ଖାନଙ୍କ ଜନ୍ମଦିନ । କହିରଖୁଛୁଯେ ଫିଲ୍ମର ରିଲିଜ ତାରିଖର ଘୋଷଣା ଅକ୍ଷୟ କୁମାର ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ କରିଛନ୍ତି । କ୍ୟାପ୍ସନରେ ଅକ୍ଷୟ ଲେଖିଛନ୍ତି ନୂଆ ବର୍ଷ ଉପଲକ୍ଷେ ଆପଣଙ୍କ ପାଇଁ ଗୁଡ ନ୍ୟୁଜ ଆଣୁଛୁ । ଡେଲିଭରୀ ଡେଟ ୨୭ ।

ଅକ୍ଷୟ-କରୀନା ଷ୍ଟାରର ଏହି ଫିଲ୍ମ ପ୍ରଥମେ ସେପ୍ଟେମ୍ବର ମାସରେ ରିଲିଜ ହେବାର ଥିଲା । ତେବେ ତାରିଖ ବଦଳାଇ ଦିଆଯାଇଛି । ମୁଖ୍ୟ କଥା ହେଉଛି ଏହି ଦିନ ରଣବୀର କପୂରଙ୍କ ବ୍ରହ୍ମାସ୍ତ୍ର ମଧ୍ୟ ରିଲିଜ ହୋଇଥାନ୍ତା । କିନ୍ତୁ ନିର୍ମାତା ଘୋଷଣା କରିଛନ୍ତିଯେ ଏହାର କିଛି କାମ ବାକି ରହିଯାଇଛି, ତେଣୁ ନୂଆ ବର୍ଷ ପରେ ଫିଲ୍ମ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More