Only for Entertainment

‘ପଦ୍ମାବତ୍’ ପାଇଁ ପଛ ଘୁଂଚା ଦେଲା ‘ପ୍ୟାଡମ୍ୟାନ’

Peepingmoon
0 57

ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ‘ପ୍ୟାଡମ୍ୟାନ’କୁ ନେଇ ଦର୍ଶକ ଖୁବ ଉତ୍ସାହିତ ଥିବା ବେଳେ ଏହାର ରିଲିଜ ତାରିଖକୁ ଘୁଂଚାଇ ଦିଆଯାଇଛି । ଫିଲ୍ମ ‘ପଦ୍ମାବତ’ ଓ ‘ପ୍ୟାଡମ୍ୟାନ’ ଗୋଟେ ତାରିଖରେ ରିଲିଜ ହେବାରଥିଲା । ଏବେ କିନ୍ତୁ ଅକ୍ଷୟ କୁମାରଙ୍କର ଫିଲ୍ମ ‘ପ୍ୟାଡମ୍ୟାନ’ର ରିଲିଜ ତାରିଖ ଘୁଂଚାଇ ଦିଆଯାଇଛି । ବର୍ତ୍ତମାନ ଏହା ୨୫ ତାରିଖ ବଦଳରେ ଫେବୃୟାରୀ ୯ ତାରିଖରେ ରିଲିଜ ହେବ । ଅଭିନେତା ଅକ୍ଷୟ କୁମାର ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ଖବର ଅନୁସାରେ, କିଛି ଦିନ ପୂର୍ବରୁ ସଞ୍ଜୟ ଲୀଲା ଭଂସାଲୀ ଓ ବାୟକମ ୧୮ ଟିମ ‘ପ୍ୟାଡମ୍ୟାନ’ ଟିମକୁ ସାକ୍ଷାତ କରିଥିଲେ । ଯେଉଁଥିରେ ଫିଲ୍ମ ରିଲିଜ ଡେଟକୁ ଘୁଞ୍ଚାଇବା ପାଇଁ ବୁଝାମଣା ହୋଇଥିଲା । ବିଶିଷ୍ଟ ଫିଲ୍ମ ସମୀକ୍ଷକ କୋମଲ ମେହଟା ମଧ୍ୟ ଏ ନେଇ ଟୁଇଟରରେ ସୂଚନା ଦେଇଛନ୍ତି । ଫିଲ୍ନର ନିର୍ମାତା ନିର୍ଦ୍ଦେଶକଙ୍କ ପକ୍ଷରୁ ବିଧିବଦ୍ଧ ଘେଷଣା ଏପର୍ଯ୍ୟନ୍ତ କରାଯାଇନାହିଁ ।

‘ପ୍ୟାଡମ୍ୟାନ’ ମଧ୍ୟ ଜାନୁଆରୀ ୨୫ରେ ରିଲିଜ କରିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । କିନ୍ତୁ ଡିସେମ୍ବର ୧ରେ ରିଲିଜ ହୋଇପାରିନଥିବା ‘ପଦ୍ମାବତୀ’ ର ନାମ ପରିବର୍ତ୍ତନ କରାଯିବା ପରେ ଏହାକୁ ୨୫ରେ ରିଲିଜ କରାଯିବାକୁ ସ୍ଥିର ହୋଇଥିଲା । ଇତିମଧ୍ୟରେ ପୂର୍ବରୁ ରିଲିଜ ଡେଟ ପାଇସାରିଥିବା ‘ପ୍ୟାଡମ୍ୟାନ’ ପରି ଏକ କମ ବଜେଟର ଫିଲ୍ମ ସାଙ୍ଗରେ ବିଗ ବଜେଟର ଫିଲ୍ମ ‘ପଦ୍ମାବତ୍’ର ବକ୍ସ ଅ୍ରଫିସରେ ଲଢେଇ ହେବାକୁ ଯାଉଥିଲା । ଯାହା ‘ପ୍ୟାଡମ୍ୟାନ’ ବ୍ୟବସାୟକୁ କ୍ଷତିଗ୍ରସ୍ତ କରିଥାନ୍ତା । ଏହାକୁ ଦୃଷ୍ଟିରେ ରଖି ନିର୍ମାତା ନିର୍ଦ୍ଦେଶକ ଫିଲ୍ମର ରିଲିଜ ତାରିଖକୁ ଘୁଂଚାଇ ଦେଇଥିବା କୁହାଯାଉଛି ।

ତେବେ ରିଲିଜ ଡେଟ ଘୁଞ୍ଚବା ପରେ ‘ପ୍ୟାଡମ୍ୟାନ’ ମନୋଜ ବାଜପେୟୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ‘ଆଇୟାର’ ସହ ବକ୍ସ ଅଫିସରେ ଲଢେଇ କରିବ । କାରଣ ଏହା ଫେବୃୟାରୀ ୯ରେ ‘ଆଇୟାର’ ମୁକ୍ତିଲାଭ କରିବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More