Only for Entertainment

ରିଲିଜ ହେଲା ଗୋଲ୍ଡର ପ୍ରଥମ ଗୀତ ‘ନୈନୋ ନେ ବାନ୍ଧି’, ଦେଖିବାକତୁ ମିଳିଲା ଅକ୍ଷୟ ଏବଂ ମୌନୀଙ୍କ ରୋମାନ୍ସ ।

Republic TV
0 40

ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଗୋଲ୍ଡର ପ୍ରଥମ ଗୀତ ‘ନୈନୋ ନେ ବାନ୍ଧି’ ରିଲିଜ କରାଯାଇଛି । ଗୀତକୁ ଜି ମ୍ୟୁଜିକର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରାଯାିଛି । ଗୀତରେ ଅକ୍ଷୟ କୁମାର ଏବଂ ମୌନୀ ରୟଙ୍କ ରୋମାନ୍ସ ଦେଖିବାକୁ ମିଳିଛି । ୨ ମିନିଟ ୩୮ ସେକେଣ୍ଡର ଏହି ଭିଡିଓ ଏବେ ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି । ୟୁଟ୍ୟୁବରେ ଗୀତଟି ନମ୍ବର ୯ରେ ଟ୍ରେଣ୍ଡ କରୁଛି ।

ଗୀତକୁ ରିଲିଜ କରିବାର ୧୬ ଘଣ୍ଟା ମଧ୍ୟରେ ୬୧ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଏହା ସହିତ ଅଭିନେତା ଅକ୍ଷୟ କୁମାର ଟୁଇଟ କରି ଏହି ଭିଡିଓକୁ ସେୟାର ମଧ୍ୟ କରିଛନ୍ତି । ସେୟାର କରି ସେ ଲେଖିଛନ୍ତି ଗୋଲ୍ଡର ପ୍ରଥମ ଏବଂ ମୋର ପ୍ରିୟ ଗୀତ । ଗୀତର ଲିରିକ୍ସ ଏବଂ ମ୍ୟୁଜିକ ଦେଇଛନ୍ତି ଅର୍କୋ । ଏହାକୁ ଗାଇଛନ୍ତି ୟାସିର ଦେଶାଇ ।

ଫିଲ୍ମ ଭାରତୀୟ ହକି ଦଳର ପ୍ରଥମ ସ୍ୱର୍ଣ୍ଣ ବିଜୟ ଉପରେ ଆଧାରିତ । ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ । କହିରଖୁଛୁ ଯେ ଅଭିନେତ୍ରୀ ମୌନୀ ରୟ ଏହି ଫିଲ୍ମ ଜରିଆରେ ବଲିଉଡ ଡେବ୍ୟୁ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More