Only for Entertainment

ଷ୍ଟେଜରେ ହଠାତ ଅକ୍ଷୟଙ୍କ ଧଳା ଟିସାର୍ଟରେ ନଜର ଆସିଲା ରକ୍ତ !

57

ବଲିଉଡ ଅଭିନେତା ଅକ୍ଷୟ କୁମାର ସବୁବେଳେ କାହା ସହିତ ନା କାହା ସହିତ ପ୍ରାଙ୍କ କରିଥାଆନ୍ତି । ସେ ସେଟରେ ହେଉ କି ଆଉ କେଉଁଠି, ସେ ପ୍ରାଙ୍କ କରିବା ପାଇଁ କୌଣସି ମଉକା ହାତଛଡା କରନ୍ତି ନାହିଁ । ନିକଟରେ ଅକ୍ଷୟ ପତ୍ନୀ ୱିଙ୍କଲ ଖନ୍ନା ଏବଂ ଶାଶୂ ଡିମ୍ପଲ କପାଡିଆଙ୍କ ସହ ଜବରଦସ୍ତ ପ୍ରାଙ୍କ କରିଛନ୍ତି । ଅସଲରେ ଏହି ତିନି ଜଣ ଷ୍ଟାଇଲ ଆୱାର୍ଡ ଫଙ୍କସନରେ ପହଂଚିଥିଲେ । ତିନିଜଣ ଷ୍ଟେଜରେ ଥିବା ସମୟରେ ଅକ୍ଷୟଙ୍କ ଧଳା ଟିସାର୍ଟରେ ନଜର ଆସିଥିଲା ରକ୍ତ । ଛାତି ପାଖରେ ରକ୍ତ ବାହାରୁଥିବାର ଦେଖି ଟ୍ୱିଙ୍କଲ ଏବଂ ଡିମ୍ପଲଙ୍କ ଅବସ୍ଥା ଖରାପ ହୋଇଯାଇଥିଲା ।

ଏହା ଦେଖି ଅକ୍ଷୟ କିଛି ସମୟ ପରେ ସବୁକିଛି ସମ୍ଭାଳି ନେଇଥିଲେ ଏବଂ କହିଥିଲେ କି ଏହା ପ୍ରାଙ୍କ । ଅକ୍ଷୟ ଡିମ୍ପଲଙ୍କୁ ହଗ୍ କରି ବୁଝାଇଥିଲେ ଯେ ଏହା କିଛି ନୁହେଁ ଗୋଟିଏ ଛୋଟ ମଜାକ । ସେହିଭଳି ଟ୍ୱିଙ୍କଲ ଖନ୍ନା ନିଜ ବୁକ ଲଂଚ ପାଇଁ ଯାଇଥିଲେ , ସେଠାରେ ମଧ୍ୟ ଅକ୍ଷୟ ସେହିଭଳି କିଛି ଥଟ୍ଟା ମଜା କରିଥିଲେ ।

 

ଅକ୍ଷୟଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଫିଲ୍ମ କେଶରୀ ବକ୍ସଅଫିସରେ ଧମାଲ ମଚାଇବାରେ ଲାଗିଛି । ଫିଲ୍ମ ଆଗରୁ ୧୦୦କୋଟି କ୍ଲବରେ ସାମିଲ ହୋଇସାରିଲାଣି । ଏହାସହ ବିଦେଶରେ ମଧ୍ୟ ଏହି ଫିଲ୍ମର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଫିଲ୍ମର ୱାର୍ଲ୍ଡୱାଇଡ କଲେକ୍ସନ ୧୫୦କୋଟି ଟଙ୍କା ହୋଇସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More