Only for Entertainment

ଅକ୍ଷୟଙ୍କୁ କପି କଲେ ଆଇରନ ମ୍ୟାନ ! ଫ୍ୟାନ୍ସ କହିଲେ ‘ପ୍ୟାଡମ୍ୟାନ ଭର୍ସେସ ଆଇରନ ମ୍ୟାନ’

bollywood tadka
54

ହଲିଉଡ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡଗେମ’ର କ୍ରେଜ ଭାରତ ସମେତ ପୂରା ଦୁନିଆରେ ଛାଇ ରହିଛି । ଫିଲ୍ମ ଭାରତୀୟ ବକ୍ସ ଅଫିସରେ ମାତ୍ର ଦୁଇ ଦିନରେ ୧୦୦ କୋଟି କଲେ କ୍ସନ କରି ରେକର୍ଡ ସୃଷ୍ଟି କରିଛି । ‘ଆଭେଞ୍ଜର୍ସ ଏଣ୍ଡଗେମ’ର ଫିବର କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ ବଲିଉଡ ଷ୍ଟାରଙ୍କ ଉପରେ ମଧ୍ୟ ରହିଛି ।

ଅଭିନେତା ଅକ୍ଷୟ କୁମାର ନିକଟରେ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅକ୍ଷୟଙ୍କ ସହିତ ମାର୍ବଲ ମୁଭି ହିରୋ ଆଇରନ ମ୍ୟାନ ଚରିତ୍ରରେ ନଜର ଆସୁଥିବା ଅଭିନେତା ରବର୍ଟ ଡାଉନୀ ମଧ୍ୟ ନଜର ଆସିଛନ୍ତି । ଏହା ଏକ କୋଲାଜ ଫଟୋ । ଏହି ଫଟୋ ସେୟାର କରି ଅକ୍ଷୟ ଜଣାଇବାକୁ ଚାହଁଛନ୍ତି ଯେ, ରବର୍ଟ ମଧ୍ୟ ତାଙ୍କ ଭଳି ଟାଇ ପିନ୍ଧିଛନ୍ତି ।

 

 

View this post on Instagram

 

When #IronMan Wears the same Tie as you!! #WhoWoreItBetter Ps: #EndGame is out of this World ? #Givenchy Tie @robertdowneyjr

A post shared by Akshay Kumar (@akshaykumar) on

ଅସଲରେ ରବର୍ଟ ନିଜ ସୋସିାଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଯେଉଁ ଥିରେ ସେ ସୁଟ ବୁଟରେ ନଜର ଆସିଛନ୍ତି । ଏହି ଫଟୋ ଦେଖିବା ପରେ ଅକ୍ଷୟ ଧ୍ୟାନ ତାଙ୍କ ଟାଇ ଉପରକୁ ଯାଇଥିଲା କାରଣ ଅକ୍ଷୟଙ୍କ ପାଖରେ ସମାନ ଟାଇ ରହିଛି । ଏହି ଫଟୋ ସେୟାର କରି ଅକ୍ଷୟ କ୍ୟାପସନରେ ଲେଖିଥିଲେ, ‘ଯେବେ ଆରନମ୍ୟାନ ତୁମ ଭଳି ଟାଇ ପିନ୍ଧିଥାଏ ।’

pic

ଅକ୍ଷୟ ଏହି ଫଟୋ ସେୟାର କରିବା ପରେ ତାଙ୍କ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ମଧ୍ୟ ଆସିବାରେ ଲାଗିଛି । କେହି କେହି ପ୍ୟାଡମ୍ୟାନ ଭର୍ସେସ ଆଇରନ ମ୍ୟାନ କମେଣ୍ଟ କରିଥିଲେ ତ କିଏ କମେଣ୍ଟ କରି ଲେଖିଥିଲେ ‘ଗୋଟିଏ ଫଟୋରେ ଦୁଇ ଜଣେ ଲିଜେଣ୍ଡ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More