Only for Entertainment

ଅକ୍ଷୟ କୁମାରଙ୍କ କେଶରୀର ଟିଜର ରିଲିଜ ।

bollywood tadka
23

ବଲିଉଡ ଆକ୍ଟର ଅକ୍ଷୟ କୁମାର ଖୁବଶୀଘ୍ର ତାଙ୍କ ନୂଆ ଫିଲ୍ମ ସହିତ ଧମାଲ ଖେଳାଇବାକୁ ପ୍ରସ୍ତୁତ । ଆଜ୍ଞା ହଁ ଖିଲାଡ଼ୀ କୁମାର ଖୁବଶୀଘ୍ର ତାଙ୍କ ନୂଆ ଫିଲ୍ମ କେଶରୀ ମାଧ୍ୟମରେ ପରଦାକୁ ଫେରୁଛନ୍ତି । ଫିଲ୍ମର ଟିଜର ରିଲିଜ ହୋଇ ସାରିଛି । ଫିଲ୍ମରେ ସାରାଗଢିର ଶିଖ ସୈନିକ ଏକ ଆଫଗାନିସ୍ତାନର ସୈନିକଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଦେଖା ଯାଇଛି । ଏବେ ଫିଲ୍ମର ଟ୍ରେଲର ରିଲିଜକୁ ଅପେକ୍ଷା କରିଛନ୍ତି ଦର୍ଶକ ।

ଫିଲ୍ମରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିବେ ପରିଣୀତି ଚୋପ୍ରା । ପୂର୍ବରୁ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ତେବେ ଏହି ପିରିଅଡ ଡ୍ରାମା ଫିଲ୍ମରେ ଅକ୍ଷୟ କୁମାର ପୁଣିଥରେ ଜଣେ ଶିଖ ଚରିତ୍ରରେ ନଜର ଆସିବେ । ଫିଲ୍ମ ୨୧ ମାର୍ଚ୍ଚ ୨୦୧୯ରେ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More