Only for Entertainment

ରିଲିଜ ହେଲା ଫିଲ୍ମ ହାଉସଫୁଲ୪’ର ଟ୍ରେଲର, ଦିପାବଳୀରେ ପରଦାରେ କରିବ ଧମାକା !

33

ବଲିଉଡ ସୁପରଷ୍ଟାର ଅକ୍ଷୟକୁମାର ନିଜ ଫିଲ୍ମ ପାଇଁ ଖୁବ ଉତ୍ସାହିତ ଅଛନ୍ତି । ଖୁବଶୀଘ୍ର ସେ ହାଉସଫୁଲରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମର ଅନେକ ପୋଷ୍ଟର ରିଲିଜ ହୋଇଥିଲା । ତେବେ ଏବେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ପୋଷ୍ଟର ଯେପରି ଲୋକଙ୍କକୁ ପସନ୍ଦ ଆସିଛି , ତେବେ ଆଶା କରାଯାଉଛି ଯେ ଏହି ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିପାରେ । ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ କୃତି ସାନନ, ରିତେଶ ଦେଶମୁଖ, ଅଭିନେତ୍ରୀ ପୂଜା ହେଗଡେ, ବବି ଦେଓଲ ଏବଂ କୃତି ଖରବନ୍ଦା ନଜର ଆସିବେ ।

ଟ୍ରେଲର ଏକାସହ ୪ଟି ଦେଶରେ ରିଲିଜ ହୋଇଛି । ଭାରତ ବ୍ୟତୀତ ଏହି ଫିଲ୍ମର ଟ୍ରେଲର ୟୁକେ, ଅଷ୍ଟ୍ରେଲିୟା ଏବଂ ଦୁବାଇରେ ରିଲିଜ ହୋଇଛି । ତେବେ ଏହି ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ୬୦୦ବର୍ଷର ପୁରୁଣା ଲୁକ ଦେଖିବାକୁ ମିଳିବ । କାରଣ ଫିଲ୍ମରେ ୧୪୧୯ ଠାରୁ ଆରମ୍ଭ କରି ୨୦୧୯ମସିଆ ପର୍ଯ୍ୟନ୍ତ କାହାଣୀ ଦେଖିବାକୁ ମିଳିବ । ଫରହଦ ସାମଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୫ଅକ୍ଟୋବରରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More