Only for Entertainment

ସାମ୍ନାକୁ ଆସିଲା ‘ହାଉସଫୁଲ ୪’ର ଆଉ ଏକ ନୂଆ ପୋଷ୍ଟର, ଏହି ଦିନ ରିଲିଜ ହେବ ଟ୍ରେଲର

latestly
34

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ହାଉ ସଫୁଲ ୪’ର ପ୍ରମୋଶନ ଆରମ୍ଭ ହୋଇସାରିଛି । ବୁଧବାର ଫିଲ୍ମର ଷ୍ଟାରଙ୍କ ଗୋଟିଏ ପରେ ଗୋଟିଏ ପୋଷ୍ଟର ସାମ୍ନାକୁ ଆସିବା ପରେ ଆଜି ଅର୍ଥାତ ଗୁରୁବାର ଫିଲ୍ମର ଆଉ ଏକ ନୂଆ ପୋଷ୍ଟରକୁ ଅଭିନେତା ଅକ୍ଷୟ କୁମାର ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ନୂଆ ପୋଷ୍ଟରରେ ଫିଲ୍ମର ସମସ୍ତ ଲିଡ କଳାକାର ନଜର ଆସିଛନ୍ତି ।

ଏହି ନୂଆ ପୋଷ୍ଟରରେ ସମସ୍ତ କଳାକାରଙ୍କ ୬୦୦ ବର୍ଷ ପୁରୁଣା ଲୁକ ସହିତ ବର୍ତ୍ତମାନର ଲୁକ ମଧ୍ୟ ଦେଖିବାକୁ ମିଳିଛି । କାରଣ ଫିଲ୍ମରେ ୧୪୧୯ ଠାରୁ ଆରମ୍ଭ କରି ୨୦୧୯ ମସିହା ପର୍ଯ୍ୟନ୍ତ କାହାଣୀ ଦେଖିବାକୁ ମିଳିବ ।

ଏବେ ସାମ୍ନାକୁ ଆସିଥିବା ପୋଷ୍ଟରରେ ସମସ୍ତ କଳାକାର ମଡର୍ଣ୍ଣ ଲୁକରେ ନଜର ଆସିଥିବା ବେଳେ ତାଙ୍କ ପଛରେ ଥିବା କାନ୍ଥରେ ସମସ୍ତେ ରାଜା ମହାରାଜା ଲୁକରେ ନଜର ଆସିଛନ୍ତି । କହିରଖୁଛୁ ଯେ, ୨୭ ସେପ୍ଟେମ୍ବରରେ ଫିଲ୍ମର ଟ୍ରେଲର ରିଲିଜ ହେବ । ଫରହଦ ସାମଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୫ ଅକ୍ଟୋବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More