Only for Entertainment

ଆୱାର୍ଡ ଶୋରେ ସାମ୍ନା ସାମ୍ନି ହେଲେ ପୁରୁଣା ପ୍ରେମୀ ଯୁଗଳ, ଦେଖିବାକୁ ମିଳିଲା ଏପରି କିଛି ଯାହା ଦେଖି ସବୁ ହୋଇଗଲେ ଆଶ୍ଚର୍ୟ୍ୟ ।

ste.india.com
0 36

ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ନେଇ ଚର୍ଚ୍ଚା । ଏ ଦୁହିଁଙ୍କ ପ୍ରେମ କାହାଣୀ ୯୦ ଦଶକରେ ଖୁବ ଚର୍ଚ୍ଚାରେ ଥିଲା । ‘ମୈ ଖିଲାଡ଼ି ତୁ ଆନାଡ଼ି’ ଓ ‘ଧଡ଼କନ’ ଭଳି ସୁପରହିଟ ଫିଲ୍ମରେ ଦୁହେଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମ ‘ମୈ ଖିଲାଡି ତୁ ଆନାଡି’ର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । କିନ୍ତୁ ଏହି ପ୍ରେମୀଯୁଗଳଙ୍କ ପ୍ରେମ ସଂପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା । ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଶେଷରେ ସଂପର୍କ ଭାଙ୍ଗିଯାଇଥଲା । ଏହା ପରେ ଅନେକ ସାକ୍ଷାତକାରରେ ଶିଳ୍ପା ତାଙ୍କ ପ୍ରେମ ସଂପର୍କ ବିଷୟରେ ଖୋଲାଖୋଲି କହିଥିଲେ । ଏବେ କିନ୍ତୁ ଦୁହେଁ ଏକ ଆୱାର୍ଡ କାର୍ଯ୍ୟକ୍ରମରେ ନିକଟତର ହୋଇ ଚର୍ଚ୍ଚାକୁ ଆସିଛନ୍ତି ।
ନିକଟରେ ଶିଳ୍ପା ତାଙ୍କ ଏକ୍ସ ବୟଫ୍ରେଣ୍ଡ ଅକ୍ଷୟ କୁମାରଙ୍କୁ ଏକ ଆୱାର୍ଡ କାର୍ଯ୍ୟକ୍ରମରେ ସାମ୍ନା କରିଥିଲେ । ଅକ୍ଷୟ ମଧ୍ୟ ଶିଳ୍ପାଙ୍କ ସହ ଭଲ ବ୍ୟବହାର କରିଥିଲେ ।
ବିଶେଷ ସୂତ୍ରରୁ ପ୍ରକାଶ, ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ଖିଲାଡି ଅକ୍ଷୟ କୁମାର ଏକ ଆୱାର୍ଡ ଫଂକସନରେ ନଜରକୁ ଆସିଥଲେ । ଦୁହେଁ କଥାବାର୍ତ୍ତା ହୋଇ ଆଲିଙ୍ଗନ ମଧ୍ୟ କରିଥିଲେ । ଅକ୍ଷୟ କୁମାର ଏହି କାର୍ଯ୍ୟକ୍ରମରେ ପ୍ରଥମ ଧାଡିରେ ବସି ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସହ କଥାବାର୍ତ୍ତା ହେଉଥିଲେ । ସେହି ସମୟରେ ଶିଳ୍ପା କାର୍ଯ୍ୟକ୍ରମରେ ପ୍ରବେଶ କରିଥିଲେ । ଅକ୍ଷୟ କୁମାର ନଜର ଅନ୍ଦାଜ ନକରି ଶିଳ୍ପାଙ୍କୁ ଦେଖାକରି ଆଲିଙ୍ଗନ କରିଥିଲେ । ସେଠାରେ ଉପସ୍ଥିତ ଥିବା କେତେକ ବ୍ୟକ୍ତିଙ୍କ କହିବାନୁସାରେ ଏହି ମୁହୂର୍ତ୍ତ ବହୁତ ଭଲ ଥିଲା ।
ଏବେ କିନ୍ତୁ ଖିଲାଡି ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ‘ପ୍ୟାଡମ୍ୟାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ‘ପ୍ୟାଡମ୍ୟାନ’ ୯ ଫେବୃୟାରୀ ରେ ରିଲିଜ ହେବ ବୋଲି କୁହାଯାଉଛି । ତେବେ ପୂର୍ବରୁ ‘ଫ୍ୟାଡମ୍ୟାନ’ ୨୫ ଜାନୁୟାରୀରେ ରିଲିଜ ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ‘ପଦ୍ମାବତ’ ରିଲିଜ ହେଉଥିବାରୁ ଅକ୍ଷୟ ତାଙ୍କ ଫିଲ୍ମ ୯ ଜାନୁୟାରୀରେ ରିଲିଜ କରିବା ପାଇଁ ନିଷ୍ପତି ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More