Only for Entertainment

ଜିଏସଟି କାଉଂସିଲ ନେଲେ ଏହି ପଦକ୍ଷେପ, ଅକ୍ଷୟ କହଲେ ଖୁସିରେ ଆଖି ଭରିଗଲା ।

Zee News
0 42

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପ୍ୟାଡମ୍ୟାନ’ ଚଳିତ ବର୍ଷ ଜାନୁଆରୀରେ ରିଲିଜ ହୋଇଥିଲା । ଏହି ଫିଲ୍ମ ମହିଳାଙ୍କ ପିରିୟଡସ ସମୟର ସ୍ୱଚ୍ଛତା ଉପରେ ଆଧାରିତ । ଏହାପରେ ଅକ୍ଷୟଙ୍କ ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ସ୍ୟାନିଟାରି ପ୍ୟାଡସ ଉପରେ ଟିକସ ଛାଡ କରିବା ପାଇଁ ଦାବି କରିଥିଲେ । ବର୍ତ୍ତମାନ ସରକାର ଏହାକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି । ସରକାର ସ୍ୟାନିଟାରି ପ୍ୟାଡସକୁ ଜିଏସଟି ମୁକ୍ତ କରିଛନ୍ତି ।

ସରକାରଙ୍କ ଏହି ନଷ୍ପତିରେ ଅକ୍ଷୟ ଖୁସି ଜାହିର କରି ଏକ ଟ୍ୱିଟ କରିଛନ୍ତି । ଟ୍ୱିଟ କରି ଅକ୍ଷୟ ଲେଖଥିଲେ ‘ଏହି ଖବର ଆଖିରେ ଖୁସିର ଲୁହ ଆଣିଦେଲା । ପିରିୟଡସ ସମୟର ସ୍ୱଚ୍ଛତା ଏବଂ ଆବଶ୍ୟକତାକୁ ବୁଝି ସ୍ୟାନିଟାରି ପ୍ୟାଡକୁ ଟିକସ ମୁକ୍ତ କରିଥିବାରୁ ଧନ୍ୟବାଦ । ମୋର ବିଶ୍ୱାସ ଆମ ଦେଶର କୋଟି କୋଟି ମହିଳା ଚୁପ ରହି ମଧ୍ୟ ଆପଣଙ୍କୁ ଧନ୍ୟବାଦ ଜଣାଉଥିବେ ।’


ଏହି ନିଷ୍ପତି ଅନୁସାରେ ପୂର୍ବରୁ ସ୍ୟାନିଟାରି ପ୍ୟାଡ ଉପରେ ଲାଗୁଥିବା ୧୨ ପ୍ରତିଶତ ଜିଏସଟି କୁ ହଟାଇ ଦିଆଯାଇ ଶୂନ ପ୍ରତିଶତ କରାଯାଇଛି । ଫିଲ୍ମ ବିଷୟରେ କହିବାକୁ ଗଲେ ଅକ୍ଷୟ ଏବେ ନିଜର ଆଗାମୀ ଫିଲ୍ମ ‘ଗୋଲ୍ଡ’ର ପ୍ରମୋଶନରେ ବ୍ୟସ୍ତ ରହିବେ । ଫିଲ୍ମର କାହଣୀ ହକି ପ୍ଲେୟାର ହଲବୀର ସିଂଙ୍କ ଉପରେ ଆଧାରିତ । ଫିଲ୍ମରେ ଅ୭ୟଙ୍କ ସହିତ ମୌନି ରୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More