Only for Entertainment

ଚର୍ଚ୍ଚାରେ ଆଗାମୀ ବଲିଉଡ୍ ମୁଭି କେଶରୀ, ମୁକ୍ତିଲାଭ କରିଛି ତିନୋଟି ଟିଜର୍ ।

34

ଚର୍ଚ୍ଚାରେ ଆଗାମୀ ବଲିଉଡ୍ ମୁଭି କେଶରୀ । ସିନେମାଟି ଏକ ୱାର୍ – ଡ୍ରାମା କାହାଣୀକୁ ନେଇ ଗତିଶୀଳ ହୋଇଛି । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଖିଲାଡି କୁମାର୍ ଅକ୍ଷୟ । ଏବଂ ଅକ୍ଷୟ କୁମାରଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ପରିଣୀତି ଚୋପ୍ରା ।

ବଲିଉଡ୍ ଆଗାମୀ ଫିଲ୍ମ କେଶରୀର ତିନୋଟି ଟିଜର୍ ମୁକ୍ତିଲାଭ କରିଛି । ଯେଉଁଥିରେ ଅକ୍ଷୟ କୁମାର୍ଙ୍କ ଦମଦାର୍ ଶିଖ୍ ଅବତାର ଦେଖିବାକୁ ମିଳିଛି । ଚଳଚ୍ଚିତ୍ର କେଶରୀ ଏକ ପିରିଅଡ୍ – ଡ୍ରାମା ଫିଲ୍ମ । ଯାହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅନୁରାଗ ସିଂ । ୧୮୯୭ରେ ବ୍ରିଟିଶ – ଭାରତୀୟ ସେନାର ଏକ ଛୋଟ ଦଳ ଏବଂ ଆଫଗାନ୍ ସେନାଙ୍କ ମଧ୍ୟରେ ହୋଇଥିବା ଏକ ଯୁଦ୍ଧ – ‘ବ୍ୟାଟେଲ୍ ଅଫ୍ ସାରାଗାଢି’କୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । କିଭଳି ମାତ୍ର ୨୧ ଜଣ ବ୍ରିଟିଶ ଭାରତୀୟ ସେନା ଦଶ ହଜାର୍ ଆଫଗାନ୍ ସେନାଙ୍କ ମୁକାବିଲା କରନ୍ତି, ତାହା ଦେଖିବାକ ମିଳିବ ଏହି ସିନେମାରେ ।

ଫିଲ୍ମରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ପରିଣୀତି ଚୋପ୍ରା । ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର କେଶରୀରେ ପୁଣିଥରେ ଅକ୍ଷୟଙ୍କୁ ଜଣେ ସରଦାର୍ ଭୂମିକାରେ ଦେଖିବାକୁ ମିଳିବ । ଏମିତି ଏକ ସତକାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର କେଶରୀ । ଯାହା ୨୦୧୯ ହୋଲି ଅବସରରେ ମୁକ୍ତିଲାଭ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More