Only for Entertainment

୧୨ ଦିନ ପରେ ଏହି ରାଜ୍ୟରେ ଟ୍ୟାକ୍ସ ଫ୍ରି ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’

40

ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ ଏବ ବକ୍ସ ଅଫିସରେ ଛାଇ ରହିଛି । ଫିଲ୍ମ ୧୫୦ କୋଟି କ୍ଲବରେ ସାମିଲ ହୋଇସାରିଥିବା ବେଳେ ଏବେ ୨୦୦ କୋଟି ପାର କରିବ ବୋଲି ଆଶା କରାଯାଉଛି । ଏବେ ଏହି ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସରକାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’କୁ ରାଜ୍ୟରେ ଟ୍ୟାକ୍ସ ଫ୍ରି କରିିଛନ୍ତି ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଏହା ବିଷୟରେ ସୂଚନା ଦେଇ ଟ୍ୱିଟ କରିଛନ୍ତି । କହିରଖୁଛୁ ଯେ, ଫିଲ୍ମ ‘ମିଶନ ମଙ୍ଗଳ’ ୧୫ ଅଗଷ୍ଟ ସ୍ୱାଧିନତା ଦିବସରେ ରିଲିଜ ହୋଇଥିଲା । ଫିଲ୍ମ ପ୍ରଥମଦିନରେ ହିଁ ଭଲ ଓପନିଂ କରିଥିଲା ।

ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତିତ ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କିର୍ତି କୁହ୍ଲାରୀ, ନିତ୍ୟା ମେନନ ଓ ଶରମନ ଯୋଶୀଙ୍କ ପରି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଭାରତର ପ୍ରଥମ ମଙ୍ଗଳ ଯାନର ଯାତ୍ରାକୁ ଫିଲ୍ମରେ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More