Only for Entertainment

୧୦୦ ମିଲିଅନ ଭ୍ୟୁ ପାର କଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଗୀତ ‘ତେରି ମିଟ୍ଟୀ’

mensxp
44

ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ କେଶରୀର ଗୀତ ‘ତେରି ମିଟ୍ଟୀ’ ୟୁଟ୍ୟୁବରେ ୧୦ କୋଟି ଅର୍ଥାତ ୧୦୦ ମିଲିଅନରୁ ଅଧିକ ଭ୍ୟୁଜ ପାଇ ସାରିଛି । ୧୦୦ ମିଲିଅନ ଭ୍ୟୁ ପାର ଦେବା ଖୁସିରେ ଗୀତର ଗାୟକ ବି ପ୍ରାକ ଏବଂ ସଙ୍ଗୀତସକାର ଅରକୋ ପ୍ରାବୋ ମୁଖର୍ଜୀ ସୋସିଆଲ ମିଡିଆରେ ନିଜ ଖୁସିକୁ ପ୍ରକାଶ କରିଛନ୍ତି ।

ବି ପ୍ରାକ ଟ୍ୱିଟ କରି ଲେଖିଛନ୍ତି, ‘ମୋର ପ୍ରଥମ ବଲିଉଡ ଗୀତ ୧୦୦ ମିଲିଅନ ଅର୍ତାତ ୧୦ କୋଟି ଭ୍ୟୁ ପାର କରିଛି । ‘ତେରି ମିଟ୍ଟୀ’ । ମୋତେ ଏବଂ ମୋ ଟିମକୁ ଏତେ ମାତ୍ରାରେ ଭଲପାଇବା ଏବଂ ସମ୍ମାନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଅନ୍ୟପକ୍ଷରେ ଅରକୋ ଏହାକୁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତି, ‘ଏହି ଗୀତ ଆମ କ୍ୟାରିଅର ପାଇଁ ଏକ ଲ୍ୟାଣ୍ଡମାର୍କ । ଏବଂ ଆପଣ ଦେଇଥିବା ଏତେ ଭଲପାଇବା ପାଇଁ ଯେତେ ବି ଧନ୍ୟବାଦ ଦେବୁ ତାହା କମ ହେବ ।’

ଆଇଏଏନଏସ ସହିତ ଆଲୋଚନା କରି ଅରକୋ କହିଛନ୍ତି, ‘ଏହା ପୂର୍ବରୁ ମୁଁ ଏଭଳି କୌଣସି ସଙ୍ଗ କମ୍ପୋବଜ କରି ନାହିଁ । ଦେଶଭକ୍ତି ସହ ଜଡିତ ଏହା ଆମର ପ୍ରଥମ ଗୀତ ଥିଲା । ମୁଁ ଖୁସି ଯେ ଆମ ବୀର ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ମୋତେ ସୁଯୋଗ ମିଳିଲା ।’ ଏହା ସହିତ ସେ କହିଛନ୍ତି, ‘ସଠିକ ଭାବେ ଗୀତକୁ କମ୍ପୋଜ କରିବା ପାଇଁ ଆମକୁ ଫିଲ୍ମର ଫୁଟେଜ ଦେଖିଥିଲୁ । ଏପରି ନୁହେଁ ଯେ ଗୀତରେ ସମସ୍ତ ଭାବନା ଆସିଗଲା । ଏଥିପାଇଁ ଆମେ ଫିଲ୍ମକୁ ନେଇ ଅନେକ ଅଧ୍ୟୟନ କରିଥିଲୁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More