Only for Entertainment

ନିର୍ମାଣ ହେବ ଅକ୍ଷୟ କୁମାରଙ୍କ ସୁପରହିଟ ଫିଲ୍ମ ‘ରାଉଡୀ ରାଠୋଡ’ର ସିକ୍ୱଲ

bollyworm
22

୨୦୧୨ରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାଉଡୀ ରାଠୋଡ’ ବକନ୍ସ ଅଫିସରେ ସୁପରହିଟ ହୋଇଥିଲା । ଏବେ ମେକର୍ସ ଫିଲ୍ମର ସିକ୍ୱଲ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମର ସିକ୍ୱଲକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ପ୍ରଭୂଦେବାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମର ସିକ୍ୱଲ ୭ ବର୍ଷ ପରେ ନିର୍ମାଣ ହେବାକୁ ଯାଉଛି ।

ମୁମ୍ବାଇ ମିରର ରିପୋର୍ଟ ଅନୁସାରେ, ମେକର୍ସ କହିଛନ୍ତି, ‘ଆମେ ରାଉଡୀ ରାଠୋଡର ସିକ୍ୱଲ ନିର୍ମାଣ କରିବା ପାଇଁ ଯାଉଛୁ । ଯଦି ଭଗବାନ ଚାହାଁନ୍ତି ତେବେ ଏହି ଫିଲ୍ମରେ ମଧ୍ୟ ଅକ୍ଷୟ ଲିଡ ରୋଲରେ ନଜର ଆସିବେ । ’ କହିରଖୁଛୁ ଯେ, ଫିଲ୍ମର ପ୍ରଥମ ଭାଗରେ ଅକ୍ଷୟଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନା ନଜର ଆସିଥିଲେ । ଏବେ ଦେଖିବାକୁ ବାକି ରହିଲା ମେକର୍ସ ସୋନାକ୍ଷୀଙ୍କୁ ଫିଲ୍ମରେ ସାଇନ କରୁଛନ୍ତି ନା ତାଙ୍କ ବଦଳରେ ଆଉ କାହାକୁ ଲିଡ ହିରୋଇନ ଭାବେ ନେଉଛନ୍ତି ।

ଫିଲ୍ମର ସୁଟିଂ ଆଗାମୀ ବର୍ଷରୁ ଆରମ୍ଭ ହେବ ବୋଲି ଖବର ମିଳିଛି । ପୂର୍ବ ଫିଲ୍ମରେ ଅକ୍ଷୟ ଡବଲ ରୋଲରେ ନଜର ଆସିଥିବା ବେଳେ ଏହାର ସିକ୍ୱଲରେ କେଉଁ ଭୂମିକାରେ ନଜର ଆସିବେ ତାହା ଉପରେ ଏବେ ସମସ୍ତଙ୍କର ନଜର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More