Only for Entertainment

ଅକ୍ଷୟ କୁମାରଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର, ଖୁବ ଶୀଘ୍ର ପରଦାକୁ ଆସିବ ‘ରାଉଡି ରାଠୋଡ ୨’

YouTube
0 39

ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ସିକ୍ୱଲ ‘ରାଉଡି ରାଠୋଡ ୨’ର ସ୍କ୍ରିପ୍ଟି ଏବେ ସଂପୂର୍ଣ୍ଣ ପ୍ରସ୍ତୁତ । ଏଥିପାଇଁ କେବଳ ଏହାର ସହ ନିର୍ମାତା ସଂଜୟ ଲୀଲା ଭଂସାଲୀଙ୍କ ସ୍ୱିକୃତି ମିଳିବା ବାକି ରହିଛି । ଆଇଏଏନଏସ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଫିଲ୍ମର ସହ ନିର୍ମାତା ଶବୀନା ଖାନ କହିଛନ୍ତି ୨୦୧୨ରେ ଫିଲ୍ମ ରିଲିଜ ହେବା ପରେ ଏହାର ସିକ୍ୱଲ ପାଇଁ ଆଲୋଚନା ଲାଗିରହିଥିଲା । ଏହା ସହିତ ସେ କହିଛନ୍ତି ‘ଫିଲ୍ମର କାହାଣୀ ପ୍ରସ୍ତୁତ ରହିଛି । ବିଜୟେନ୍ଦ୍ର ପ୍ରସାଦ କାହାଣୀ ଲେଖିବା ପାଇଁ ଅଧିକ ସମୟ ନେଇଥିଲେ । କିନ୍ତୁ ଏବେ ଆମେ ପ୍ରସ୍ତୁତ ଅଛୁ ।’

ସେ ଆହୁରି ମଧ୍ୟ କହିଛନ୍ତି ଯେହେତୁ ମୁଁ ଏବଂ ଭଂସାଲୀ ଏହାର ସହ ନିର୍ମାତା ସେଥିପାଇଁ ଭଂସାଲୀଙ୍କ ସ୍ୱିକୃତି ମିଳିବା ପରେ କାମ ଆରମ୍ଭ ହେବ । କହିରଖୁଛୁ ଯେ ଶବୀନା ଖାନ ଖୁବ ଶୀଘ୍ର ଛୋଟ ପରଦାରେ ପଦାର୍ପଣ କରିବାକୁ ଯାଉଛନ୍ତି । ୬ ଜୁନରେ ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲରେ ଏହାର ପ୍ରସାରଣ କରାଯିବ । ଏହି ଶୋ’ର ନାମ ରହିଛି ‘ଜିନ୍ଦଗୀ କେ କ୍ରସରୋଡସ’ । ଏହାକୁ ନିର୍ମାଣ ପୂରା କରିବାକୁ ୨ ବର୍ଷ ସମୟ ଲାଗିଥିଲା ବୋଲି ଶବୀନା କହିଛନ୍ତି । ଏହା ଶୋ’ କୁ ରାମ କପୁର ହୋଷ୍ଟ କରିବେ । ପ୍ରତ୍ୟେକ ଏପିସୋଡରେ ନୂଆ ନୂଆ କାହାଣୀକୁ ଦର୍ଶାଯିବ ।

ଟିଭି ରେ କାମ କରିବା ପ୍ରଶ୍ନକୁ ନେଇ ଶବୀନା କହିଛନ୍ତି ଯେ କୌଣସି ମାଧ୍ୟମ ହେଉ ସେ ଫିଲ୍ମ ହେଉ କିମ୍ବା ଟିଭି ହେଉ ବା ୱେବ ସିରିଜ ହେଉ କିମ୍ବା ଥିଏଟର ହେଉ ଆପଣଙ୍କୁ ଦର୍ଶକଙ୍କ ମନୋରଞ୍ଜନ କରିବା ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More