Only for Entertainment

କିର୍ତ୍ତୀ ସାନନଙ୍କ ଭଉଣୀ ନୁପୂର ସାନନଙ୍କ ସହ ନଜର ଆସିବେ ଖିଲାଡୀ କୁମାର !

56

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଲ’ରିଲିଜ ହୋଇସାରିଛି ଏବଂ ବକ୍ସଅଫିସରେ ଏହା ଧମାଲ ମଚାଇବାରେ ଲାଗିଛି । ଏହି ମଲ୍ଟିଷ୍ଟାରର ଫିଲ୍ମରେ ଅକ୍ଷୟଙ୍କ ସହ ବିଦ୍ୟା ବାଲନ, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, କିର୍ତ୍ତୀ କୁଲ୍ହାରୀ, ନିତ୍ୟା ମେନନ ଏବଂ ସରମନ ଯୋଶୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହାମଧ୍ୟରେ ଫିଲ୍ମର ପ୍ରମୋଶନ ପାଇଁ ନିକଟରେ ଅକ୍ଷୟ ଦିଲ୍ଲୀ ଯାଇଥିଲେ , ସେଠାରେ ଏକ ଭିଡିଓ ସୁଟ ପାଇଁ ସମୟ ବାହାର କରିଥିଲେ ।

ଶୁଣିବାକୁ ମିଳିଛି ଯେ ଏହି ସ୍ପେଶାଲ ମ୍ୟୁଜିକ ଭିଡିଓ ସିଙ୍ଗର ବି ପ୍ରାକଙ୍କ ନୂଆ ଗୀତକୁ ଜନି ଲେଖିଛନ୍ତି । ଏହି ଗୀତର ଥିମ କିଛି ଦୁଃଖଭରା ରୋମାଂଟିକ ରହିବ । ଏହାପୂର୍ବରୁ ବି ପ୍ରାକ ଅକ୍ଷୟଙ୍କ ହୋମ-ପ୍ରଡକ୍ସନ ଫିଲ୍ମ କେଶରୀ ପାଇଁ ତେରି ମିଟ୍ଟି ଗାଇଥିଲେ । ଏହି ଗୀତ ହିଟ ହୋଇଥିଲା ଏବଂ ଏହି ଗୀତ ଜରିଆରେ ବଲିଉଡରେ ବି-ପ୍ରାକଙ୍କର ଡେବ୍ୟୁ ହୋଇଥିଲା ।
ତେବେ ଖୁବଶୀଘ୍ର ରିଲିଜ ହେବାକୁ ଥିବା ଏହି ଗୀତରେ କିର୍ତ୍ତୀ ସାନନଙ୍କ ଭଉଣୀ ନୁପୁର ସାନନ ମଧ୍ୟ ନଜର ଆସିବେ ।

ସେ ଏହି ଗୀତ ଜରିଆରେ ବଲିଉଡରେ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳିଛି ।ତେବେ ଏବେ ନୂପୁର କିଭଳି ଅଭିନୟ କରୁଛନ୍ତି ତାହା ଦେଖିବା ଖୁବ ମଜାଦାର ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More