ନିଜର ଅଶ୍ଲୀଳ ଫଟୋ ଭାଇରାଲ ହେବା ପରେ ପ୍ରଥମ ଥର ନିଜ ପ୍ରତିକ୍ରିୟା ରଖିଲେ ଅକ୍ଷରା ହାସନ୍
କିଛି ଦିନ ତଳେ ଦକ୍ଷୀଣ ଭାରତୀୟ ଫିଲ୍ମର ସୁପରଷ୍ଟାର କମଲ ହାସନଙ୍କ ସାନ ଝିଅ ଅକ୍ଷରା ହସନଙ୍କ କିଛି ବ୍ୟକ୍ତିଗତ ଫଟୋ ଭାଇରାଲ ହୋଇଥିଲା । ଏହାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଫଟୋଟି କିଏ ଏବଂ କ’ଣ ପାଇଁ ଭାଇରାଲ କଲା ତାହା ଏଯାବତ୍ ଜଣାପଡ଼ିନାହିଁ। ଏହି ଫଟୋ ପଛରେ କିଛି ସତ୍ୟତା ଅଛି କି ନାହିଁ ସେ ନେଇ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏ ନେଇ ପ୍ରଥମେ ନିଜ ପ୍ରତିକ୍ରିୟା ରଖି ନ ଥିବା ଅକ୍ଷରା ଏବେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଇନ୍ଷ୍ଟାଗ୍ରାମ୍ ଜରିଆରେ ସେ ନିଜର ଦୁଃଖ ଜଣାଇଛନ୍ତି । ମୋର କିଛି ବ୍ୟକ୍ତିଗତ ଫଟୋ ଲିକ୍ କରାଯାଇଛି । ଏମିତି କିଏ ଏବଂ କ’ଣ ପାଇଁ କଲା ଏ ପର୍ଯ୍ୟନ୍ତ ମୁଁ କିଛି ବି ଜାଣି ପାରି ନାହିଁ । ଏଭଳି ଜିନିଷ ମୋତେ ଅସହାୟ କରିଛି । ମୁଁ ଭିତରେ ଭାଙ୍ଗି ପଡ଼ିଛି ବୋଲି ଲେଖି ଅକ୍ଷରା ପୋଷ୍ଟ କରିଥିବା ଜଣାପଡ଼ିଛି ।