Only for Entertainment

ରିଲିଜ ହେଲା ହଲିଉଡ ମ୍ୟୁଜିକାଲ୍ ଫିଲ୍ମ ‘ଆଲ୍ଲାଦ୍ଦିନ’ର ପ୍ରଥମ ଟ୍ରେଲର

Screen Rant
25

ପରଦାରେ ଦେଖିବାକୁ ମିଳିବ ଆଲ୍ଲାଦ୍ଦିନଙ୍କ ଆଡଭେଂଚର୍ ଜର୍ଣ୍ଣି । ଫେମସ୍ କାର୍ଟୁନ୍ ଚରିତ୍ର ଆଲ୍ଲାଦ୍ଦିନକୁ ନେଇ ହଲିଉଡରେ ପ୍ରସ୍ତୁତ ହୋଇଛି ମ୍ୟୁଜିକାଲ୍ ଫିଲ୍ମ ଆଲ୍ଲାଦ୍ଦିନ୍ । ଏହି ସିନେମାର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । କିପରି ଆଲ୍ଲାଦ୍ଦିନ୍, ରାଜକୁମାରୀ ଜାଶମିନଙ୍କ ପ୍ରେମରେ ପଡେ । ଆଉ ତାଙ୍କୁ ବାହା ହେବା ପାଇଁ କେଉଁ ସବୁ ପଦ୍ଧତି ଆପଣାଏ ତାହା ଦେଖିବାକୁ ମିଳିବ ଏହି ସିନେମାରେ ।

ଆଲ୍ଲାଦ୍ଦିନର ଏହି ଯାତ୍ରା ସେତେବେଳେ ରୋମାଂଚକର ହୁଏ, ଯେତେବେଳେ ତା ହାତକୁ ଆସେ ମ୍ୟାଜିକ୍ ଲ୍ୟାମ୍ପ । ଆଉ ଲ୍ୟାମ୍ପରୁ ବାହାରେ ଜିନି । ଆଲ୍ଲାଦ୍ଦିନ୍ ଜୀବନରେ ଜିନି ଆସିବା ପରେ ତାର ଜୀବନ ସମ୍ପୂର୍ଣ୍ଣ ବଦଳି ଯାଏ । ହେଲେ ଜାଶମିନଙ୍କୁ ହାତେଇବା ଜିନିକୁ ପାଖରେ ରଖି ପାରିବା ଏତେ ବି ସହଜ ନୁହେଁ । ଯେତେବେଳେ ପଛରେ ପଡିଥାଏ ଜାଫର୍ । ଏମିତି ଏକ ଫ୍ୟାଂଟାସି ଆଡେଭେଂଚର୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ଆଲ୍ଲାଦ୍ଦିନ୍ ।

ସିନେମାରେ ଆଲ୍ଲାଦ୍ଦିନ୍ ଚରିତ୍ରରେ ମେନା ମାସୁଦ୍, ଜିନି ଚରିତ୍ରରେ ୱିଲ୍ ସ୍ମିଥ୍, ରାଜୁକାମୀ ଜାଶ୍ମିନ୍ ଚରିତ୍ରରେ ନାଓମି ସ୍କଟ୍, ଜାଫର୍ ଚରିତ୍ରରେ ମରୱାନ୍ କେଂଜାରି, ସୁଲତାନ୍ ଚରିତ୍ରରେ ନାବିଦ୍ ନେଗବାହନ୍ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ୱାଲ୍ଟ ଡିଜନି ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଗାଏ ରିଚି । ମେ ୨୪ରେ ମୁକ୍ତିଲାଭ କରିବ ଆଲ୍ଲାଦ୍ଦିନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More