Only for Entertainment

୮୦ ଫୁଟ ଉଚ୍ଚ ଛାତର ରେଲିଂରେ ଯୋଗ କରୁଥିଲେ ଯୁବତୀ, ପାଦ ଖସିବା ପରେ ହେଲା କିଛି ଏପରି

amar uajala
111

ସୋସିଆଲ ମିଡିଆରେ ଏକ ଷ୍ଟଣ୍ଟ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହିଳା ଜଣଙ୍କ ଏପରି ଷ୍ଟଣ୍ଟ କରୁଥିଲେ ଯେ ତାହା ତାଙ୍କୁ ଖୁବ ଭାରି ପଡିଛି । ମହିଳା ଜଣକ ଷ୍ଟଣ୍ଟ କରିବା ସମୟରେ ଖରାପ ଭାବେ ଆହତ ହୋଇଛନ୍ତି । ଡାକ୍ତର ତାଙ୍କ ଜୀବନ ତ ବଂଚାଇ ପାରିଛନ୍ତି କିନ୍ତୁ ସେ ଏବେ ଚାରି ବର୍ଷ ପର୍ଯ୍ୟନ୍ତ ଚାଲି ପାରିବେ ନାହିଁ ।

ଅସଲରେ ମେକ୍ସିକୋର ନୁବୋ ଲିଓନରେ ରହୁଥିବା ୨୩ ବର୍ଷିୟ ଯୁବତୀ ଏଲେକ୍ସା ଟେରେସସ ଶନିବାର ଛଅ ମହଲାର ରେଲିଂରେ ଲଟକି ଯୋଗ କରୁଥିଲେ । ସେହି ସମୟରେ ତାଙ୍କ ପାଦ ଖସିଯିବା ଫଳରେ ସେ ୮୦ ଫୁଟ ଉଚ୍ଚରୁ ଖସି ପଡିଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।

ଡାକ୍ତର ୧୧ ଘଣ୍ଟାର ସର୍ଜରୀ କରି ଯୁବତୀଙ୍କ ଜୀବନ ବଂଚାଇ ଦେଇଛନ୍ତି ସତ କିନ୍ତୁ ଆଗାମୀ ୩-୪ ବର୍ଷ ପର୍ଯ୍ୟନ୍ତ ସେ ଚାଲି ପାରିବେ ନାହିଁ । ହସ୍ପିଟାଲରେ ଯୁବତୀଙ୍କୁ ବ୍ଲଡ ଦରକାର ଥିବାରୁ ତାଙ୍କ ପରିବାର ଲୋକେ ସୋସିଆଲ ମିଡିଆରେ ସାହାଯ୍ୟ ନେଇଥିଲେ ଏବଂ ବ୍ଲଡ ଡୋନର ସଂଗ୍ରହ କରିଥିଲେ । ଏହା ପରେ ଘଟଣା ଏବେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More