Only for Entertainment

ଯୌନ ଉତ୍ପୀଡନ ଆରୋପକୁ ଖଣ୍ଡନ କଲେ ଅଲୀ ଜଫର, କହିଲେ କାନୁନର ନେବି ସାହାରା

ndtv India
0 38

ପାକିସ୍ତାନୀ ଅଭିନେତ୍ରୀ ଏବଂ ଗାୟିକା ମିଶା ଶଫି ଲଗାଇଥିବା ଯୌନ ଉତ୍ପୀଡନ ଅଭିଯୋଗକୁ ଅଭିନେତା ଅଲୀ ଜଫର ଖଣ୍ଡନ କରିଛନ୍ତି । ଅଲ୍ଲୀ ଟୁଇଟ କରି କହିଛନ୍ତି ଯେ ତାଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ । ଏହା ସହିତ ସେ କହିଛନ୍ତି, ‘ମୁଁ ମିଠୁ ଆନ୍ଦୋଳନକୁ ସହେଯାଗ କରେ । ମୁଁ ଏକ ଝିଅ ଏବଂ ପୁଅର ବାପା, ଜଣେ ସ୍ତ୍ରୀର ସ୍ୱାମୀ ଏବଂ ଏକ ମା’ର ପୁଅ । ’

ଏହା ସହିତ ସେ କହିଛନ୍ତି ‘ମୁଁ ଏପରି ଜଣେ ବ୍ୟକ୍ତି ଯେ ପ୍ରତ୍ୟେକ ପରିସ୍ଥିତିରେ ନିଜ ସହ, ନିଜ ପରିବାର ସହ, ନିଜ ସହକର୍ମୀମାନଙ୍କ ସହିତ ଏବଂ ନିଜ ମିତ୍ର ମାନଙ୍କ ସହିତ ଠିଆ ହୋଇଛି । ଆଜି ମଧ୍ୟ ସେପରି କରିବି । ’କେବଳ ଏତିକି ନୁହେମ ଅଲ୍ଲୀ କହିଛନ୍ତି ସେ କାନୁୂନର ମଧ୍ୟ ସାହାଯ୍ୟ ନେବେ ।


କହିରଖୁଛୁ ଯେ, ପାକିସ୍ତାନୀ ଗାୟିକା ଏବଂ ଅଭିନେତ୍ରୀ ମିଶା ଗୁରୁବାର ଦିନ ଅଲୀ ଜଫରଙ୍କ ଉପରେ ଯୌନ ଉତ୍ପୀଡନର ଆରୋପ ଲଗାଇଥିଲେ । ସେ ମିଠୁ କ୍ୟାମ୍ପେନ ସହିତ ଯୋଡଜି ହୋଇ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହା ବିଷୟରେ ସୂଚନା ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More