ନେଟଫ୍ଲିକ୍ସରେ ପାକିସ୍ତାନର ବ୍ଲକବଷ୍ଟର ଫିଲ୍ମ, ଏବେ ଭାରତୀୟ ମଧ୍ୟ ଦେଖିପାରିବେ
ପାକିସ୍ତାନୀ ସିଙ୍ଗର ଏବଂ ଆକ୍ଟର ଅଲୀ ଜଫରଙ୍କ ପ୍ରଥମ ପାକିସ୍ତାନୀ ଫିଲ୍ମ ‘ଟିଫା ଇନ ଟ୍ରବଲ’କୁ ଏବେ ତାଙ୍କର ଭାରତୀୟ ଫ୍ୟାନ୍ସମାନେ ମଧ୍ୟ ଦେଖିପାରିବେ । କାରଣ ଶନିବାର ଠାରୁ ଷ୍ଟ୍ରମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସ ଏବେ ଏହି ଫିଲ୍ମ ଉପଲବ୍ଧ ହେବ । ଅଭିନେତା ଏବଂ ସିଙ୍ଗର ଅଲ୍ଲୀ ଜଫର ଏକ ସମାଚାର ଏଜେନ୍ସିକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ, ମୁଁ ଏବଂ ମୋ ଟିମ ‘ଟିଫା ଇନ ଟ୍ରବଲ’ର ଘୋଷଣାରେ ବହୁତ ଖୁସି ଯେ ଏହି ଫିଲ୍ମ ସବୁଠାରୁ ବଡ ନନ-ହଲିଡେ ବ୍ଲକବଷ୍ଟରରେ ପରିଣତ ହୋଇଯାଇଛି । ଏହି ଫିଲ୍ମ ପାକିସ୍ତାନରେ ଚତୁର୍ଥ ମାସରେ ମଧ୍ୟ ଖୁବ ଭଲ ଚାଲିଛି । ଫିଲ୍ମକୁ ଏବେ ଭାରତୀୟ ଦର୍ଶକ ମଧ୍ୟ ଦେଖିପାରିବେ । ଏହା ସହିତ ପୁରା ଦୁନିଆ ନେଟଫ୍ଲିକ୍ସରେ ଏହି ଫିଲ୍ମର ମଜା ଉଠାଇପାରିବେ ।
ଏହା ସହିତ ଅଲ୍ଲୀ ଜଫର କରିଥିଲେ, ଭାରତୀୟ ଫ୍ୟାନ୍ସଙ୍କ ଭଲପାଇବା ଏବଂ ପ୍ରଶଂସା ପାଇବାର ମଉକା କେବେ ହରେଇବାକୁ ଚାହେଁ ନାହିଁ । ମୁଁ ଖୁସି ଯେ ଟିଫା ଇନ ଟ୍ରବଲ ଜରିଆରେ ପୁଣି ଥରେ ମୁଁ ତାଙ୍କ ସହିତ ଯୋଡି ହୋଇପାରିବି । ମୁଁ ଆଶା କରୁଛି ସେମାନେ ଏହାକୁ ପସନ୍ଦ କରିବେ ।