Only for Entertainment

ଇଂଷ୍ଟାଗ୍ରାମରେ ଆଲିଆ ଭଟ୍ଟଙ୍କ ୩୦ ମିଲିୟନ ଫଲୋୟର୍ସ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ କଲେ ଧନ୍ୟବାଦ

LatestLY
26

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାମ ବଲିଉଡର ଫେମସ ଅଭିନେତ୍ରୀଙ୍କ ତାଲିକାର ରହିଛି । ଆ ଲିଆ ଖୁବ କମ ବୟସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାନଇ ପାରିଛନ୍ତି । ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ଜରିଆରେ ଫିଲ୍ମ ଦୁନିଆରେ ପାଦ ରଖିଥିବା ଆଲିଆ ଅନେ କ ହିଟ ଫିଲ୍ମ ଦେଇଛନ୍ତି । ସେଥିପାଇଁ ତ ପୂରା ଦୁନିଆରେ ତାଙ୍କର ଅନେକ ଫ୍ୟାନ୍ସ ଅଛନ୍ତି । ନିକଟରେ ଆଲିଆଙ୍କ ଇଂଷ୍ଟାଗ୍ରାମରେ ୩୦ ମିଲିୟନ ଫଲୋୟର୍ସ ପୂରା ହୋଇଛନ୍ତି । ଏହି ଖୁସିର ଅବସରରେ ଆଲିଆ ତାଙ୍କ ଇଂଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି- ‘ଏବେ ଏହି ସୁନ୍ଦର ଯାତ୍ରାର ଆରମ୍ଭ ହୋଇଛି । ଆହୁରି ଲମ୍ବା ରାସ୍ତା ରହିଛି । ୩୦ ମିଲିୟନ ଫଲୋୟର୍ସଙ୍କୁ ମୋ ତରଫରୁ ଖୁବ ସାରା ଭଲପାଇବା…ା’

 

 

View this post on Instagram

 

Its been a WONDERFUL journey so far.. But but it’s justtttt the beginning ??.. 30M ❤️

A post shared by Alia ? (@aliaabhatt) on

ଏହି ଇଂଷ୍ଟା ଭିଡିଓରେ ଆଲିଆଙ୍କ କ୍ୟାରିୟରର ଛୋଟ ଝଲକ ଦେଖିବାକୁ ମିଳିଛି । ଭିଡିଓରେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ଠାରୁ ଆରମ୍ଭ କରି ‘କଳଙ୍କ’ ପର୍ଯ୍ୟନ୍ତର ପୂରା ଯାତ୍ରାକୁ ଦର୍ଶା ଯାଇଛି କିପରି ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢିଛନ୍ତି । ଆଲିଆଙ୍କ କେବେ ସସ୍ତି ଖୋର ଅନ୍ଦାଜ ତ କେବେ ନିରାଶ ଚେହେରା ଦେଖିବାକୁ ମିଳିଛି ଏହି ଭିଡିଓରେ । ଦେଖିବାକୁ ଗଲେ ଆଲିଆଙ୍କ ଏହି ଯାତ୍ରା ଖୁବ ରୋମାଂଚକର ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More