Only for Entertainment

କେନିଆରେ ଛୁଟି କଟାଉଛନ୍ତି ରଣବୀର କପୁର-ଆଲିଆ ଭଟ୍ଟ, ସାମ୍ନାକୁ ଆସିଲା ଲଭବାର୍ଡଙ୍କ ଫଟୋ

latestly
63

ବଲିଉଡରେ ଆଜିକାଲି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସର୍ମ୍ପକଙ୍କୁ ନେଇ ବେଶ ଚର୍ଚ୍ଚା । ଏହି ଯୋଡି ଏହା ସହିତ ସବୁବେଳେ ଏକାଠି ନଜର ଆସିଥାନ୍ତି । ନିକଟରେ ଦୁହିଁଙ୍କୁ ମୁକେଶ ଅମ୍ବାନୀଙ୍କ ଗଣେଶ ଉତ୍ସବରେ ଏକା ସହିତ ଦେଖିବାକୁ ମିଳିଥିଲା । ଏହା ପରେ ଦୁହେଁ ଏବେ ଆଫ୍ରିକା ସଫାରୀ ପାଇଁ କେନିଆ ପହଁଚିଛନ୍ତି । ଏହି ଟ୍ରିପର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଆଲିଆ ଖୋଦ ସେୟାର କରିଛନ୍ତି ।

ସେୟାର କରାଯାଇଥିବା ଏହି ଫଟୋରେ ରଣବୀର କପୁର ଓ ଆଲିଆ ଭଟ୍ଟ ଏକା ସହିତ ନଜର ଆସିଛନ୍ତି । ଫଟୋରେ ଦୁହିଁଙ୍କର କୁଲ ଅନ୍ଦାଜ ଦେଖିବାକୁ ମିଶିଛି । ଦେଖନ୍ତୁ ଫଟୋ-

 

କହିରଖୁଛୁ ଯେ, ରଣବୀର କପୁର ଓ ଆଲିଆଙ୍କ ଫେକ ଫଟୋ ନିୀକଟରେ ଖୁବ ଭାଇରାଲ ହୋଇଥିଲା । ଫଟୋସପ କରାଯାଇଥିବା ଏହି ଫଟୋରେ ଆଲିଆ-ରଣବୀରଙ୍କୁ ବିବାହ ମଣ୍ଡପରେ ଦେଖିବାକୁ ମିଳିଥିଲା । ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

 

 

View this post on Instagram

 

Morning is here, the day is new, perhaps this is where the light breaks through?

A post shared by Alia ? (@aliaabhatt) on

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ରଣବୀର-ଆଲିଆ ଖୁବ ଶୀଘ୍ର ଆୟାନ ମୁଖର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More