Only for Entertainment

ନୂଆବର୍ଷରେ ରଣବୀରଙ୍କ ସହ କ୍ୱାଲିଟି ସମୟ ବିତାଉଛନ୍ତି ଆଲିୟା ଭଟ୍ଟ, ନୀତୁ ଏବଂ ଋଷି କପୂର ମଧ୍ୟ ଆସିଲେ ନଜର!

Latestly
16

ଆଲିୟା ଭଟ୍ଟ ଏବଂ ରଣବୀର କପୂର କିଛି ଦିନ ହେବ ନିଜ ଫିଲ୍ମରୁ ଅଧିକ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବଲିଉଡର ଏହି ଲଭବାର୍ଡ କେଉଁଠି ନା କେଉଁଠି ସମୟ ବିତାଉଥିବାର ନଜର ଆସନ୍ତି । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଆଲିୟା ରଣବୀର ନିଜ ଫିଲ୍ମ ବ୍ରହ୍ମାସ୍ତ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଦୁହେଁ ବ୍ୟସ୍ତତା ଭିତରେ ମଧ୍ୟ ଦୂହେଁ ଦୁହିଁଙ୍କୁ ଦେଖା କରିବାକୁ କୌଣସି ପଛଘୁଂଚା ଦେଉନାହାନ୍ତି । ଏହାମଧ୍ୟରେ ଦୁହେଁ ପୁଣି ଥରେ ଏକାସହ ନଜର ଆସିଛନ୍ତି । ରଣବୀର-ଆଲିୟା ନ୍ୟୁୟର୍କରେ ନୂଆ ବର୍ଷ ସେଲିବ୍ରେଶନ କରୁଥିବାର ନଜର ଆସିଥିଲେ । ସୋସିଆଲ ମିଡିଆରେ ତାଙ୍କର ଫଟୋ କପି ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

[More Pictures] Ranbir Kapoor and Alia Bhatt clicked with fans in New York. #RanbirKapoor #Ranbir #AliaaBhatt #Bollywood

A post shared by Ranbir Kapoor Universe (@ranbirkapooruniverse) on


ଭାଇରାଲ ଫଟୋରେ ରଣବୀର ଏବଂ ଆଲିୟାଙ୍କ ବ୍ୟତୀତ ରଣବୀରଙ୍କ ପରିବାର ଲୋକ ମଧ୍ୟ ନଜର ଆସିଥିଲେ । ଏହି ଫଟୋ ନୀତୁ ନିଜେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଫଟୋରେ ନୀତୁ, ଋଷି କପୂର,ଆଲିୟା, ରଣବୀର, ରିଦ୍ଧିମା କପୂର ଏବଂ ତାଙ୍କ ସ୍ୱାମୀ ଏବଂ ପିଲା ସହ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More