Only for Entertainment

ରଣବୀର କପୂର ନୁହଁନ୍ତି, ବରଂ ଏ ହେଉଛନ୍ତି ଆଲିୟାଙ୍କ ହୃଦୟରେ ନିକଟତର !

0 77

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ଏବଂ ରଣବୀର କପୂରଙ୍କୁ ନେଇ ଅନେକ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଏହାପରେ ମିଡିଆରେ ମଧ୍ୟ ଏହି ଖବର ଭାଇରାଲ ହେବାରେ ଲାଗିଛି । ଏଠାରେ ଆମେ କହି ରଖୁଛୁ ଯେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ଆଲିୟା ଶେୟାର କରିଛନ୍ତି । ଯେଉଁ ଫଟୋରେ ସେ ତାଙ୍କର ଭଉଣୀ ସାହିନ ଭଟ୍ଟଙ୍କ ସହ ନଜର ଆସିଛନ୍ତି । ଏହି ଫଟୋ ଦେଖିବାକୁ ଖୁବ କ୍ୟୁଟ ହୋଇଛି । ଆଲିୟାଙ୍କୁ ଯେବେ ବି ସାକ୍ଷାତକାରରେ ଭଉଣୀଙ୍କୁ ନେଇ କିଛି ପ୍ରଶ୍ନ କରାଯାଏ , ସେ ସବୁବେଳେ କୁହନ୍ତି ଯେ ତାଙ୍କ ଭଉଣୀ ସାହୀନ ତାଙ୍କର ଖୁବ ନିକଟତର ଅଟନ୍ତି ।

ଯେବେ ବି ଦୁଃଖେ କିମ୍ବା ଚିନ୍ତାରେ ଥାଆନ୍ତି ସେ ତାଙ୍କ ସାନ ଭଉଣୀ ସହ କଥା ହୁଅନ୍ତି । ସେ ତାଙ୍କ ଭଉଣୀ ସହ ଖୁବ ମସ୍ତି କରନ୍ତି ଯାହାର ପ୍ରମାଣ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରୁ ଜଣା ପଡେ ।

tann & wollensky ?‍♀️

A post shared by Alia ✨⭐️ (@aliaabhatt) on

ଏହାକୁ ବାଦ୍ ଦେଇ ଯଦି ଆଲିୟା ଏବଂ ରଣବୀରଙ୍କ ସମ୍ପର୍କରେ କୁୁହାଯାଏ , ତେବେ ଏହି ଦୁହିଁଙ୍କ ପ୍ରେମ ସମ୍ପର୍କ କାହାଠାରୁ ଆଉ ଅଛପା ରହି ନାହିଁ । ମିଡିଆ ସାମ୍ନାରେ ଦୁହେଁ ଇଶାରା ଇଶାରାରେ ଦୁହିଁଙ୍କୁୁ ସ୍ୱୀକାର କରୁଛନ୍ତି । ଖବର ମୁତାବକ ଦୁହେଁ ଖୁବ ଶୀଘ୍ର ବିବାହ କରିପାରନ୍ତି । ଏହି ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଦୁହିଁଙ୍କ ପରିବାର ସାକ୍ଷାତ କରୁଛନ୍ତି ।

Back where she belongs! @aliaabhatt on sets of #brahmāstra

A post shared by Dharma Productions (@dharmamovies) on

ଏଠାରେ ଆମେ କହି ରଖୁଛୁ ଯେ ଦୁହେଁ ଖୁବ ଶୀଘ୍ର ବ୍ରହ୍ମାସ୍ତ୍ର ଫିଲ୍ମ ଜରିଆରେ ପରଦାରେ ଏକାଠି ନଜର ଆସିବେ । ଏହି ଫିଲ୍ମରେ ଦୁହିଁ ବ୍ୟତୀତ ମୋନି ରୟ ଏବଂ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More