Only for Entertainment

ଆଲିଆ-ଭିକିଙ୍କ ସୁପରହିଟ ଫିଲ୍ମ ‘ରାଜି’ର ସିକ୍ୱଲକୁ ନେଇ ମେଘନା ଗୁଲଜାରଙ୍କ ବଡ ଖୁଲାସା !

mid-day
26

ଆଲିଆ ଭଟ୍ଟ ଏବଂ ଭିକି କୌଶଲଙ୍କ ଫିଲ୍ମ ‘ରାଜି’ ବକ୍ସ ଅଫିସରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବକ୍ସ ଅଫିସରେ ଜବରଦସ୍ତ ବିଜନେସ କରିଥିଲା । ଦର୍ଶକ ନା କେବଳ ବଡ ପରଦାରେ ଆଲିଆ ଭଟ୍ଟ ଏବଂ ଭିକି କୌଶଲଙ୍କ ଯୋଡିକୁ ପସନ୍ଦ କରିଥିଲା ତାହା ନୁହେଁ ଦୁହିଁଙ୍କ ଅଭିନୟକୁ ମଧ୍ୟ ଖୁବ ପ୍ରଶଂସା କରିଥିଲେ । ଫିଲ୍ମ ପୂରା ଦୁନିଆରେ ୨୦୦ କୋଟିର କେଲେକ୍ସନ କରିଥିଲା । ଏବେ ଏହି ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଫିଲ୍ମର ନିର୍ଦ୍ଦେଶକ ମେଘନା ଗୁଲଜାର ଏବେ ଏହି ଫିଲ୍ମର ସିକ୍ୱଲ ନର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

raazi

‘ରାଜି’ର ସିକ୍ୱଲକୁ ନେଇ ମେଘନା ଗୁଲଜାର ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ରାଜି’ର ସିକ୍ୱଲ ନର୍ମାଣ କରିବା ପ୍ରସ୍ତୁତି ହେଉଛି । ଏହି ଖବର କେବଳ ଏକ ଗୁଜବ ତାହା ଠାରୁ ଅଧିକ କିଛି ନୁହେଁ । ‘ରାଜି’ର ଯାତ୍ରା ସେହି ଦିନ ଶେଷ ହୋଇଥିଲା ଯେଉଁଦିନ ଫିଲ୍ମ ରିଲିଜ ହୋଇଥିଲା । ମୋ ପାଖରେ ଅନେକ ଫିଲ୍ମ ରହିଛି ଏବଂ ମୁଁ ଖୁବ ବ୍ୟସ୍ତ ଅଛି । ଆପଣଙ୍କୁ ସ୍ପଷ୍ଟ କରିବା ପାଇଁ ଚାହୁଁଛି ଯେ ‘ରାଜି’ର ସିକ୍ୱଲ ନର୍ମାଣ ହେଉନାହିଁ ।

କହିରଖୁଛୁ ଯେ , ମେଘନା ଗୁଲଜାର ଦୀପିକା ପାଦୁକୋନଙ୍କ ସହିତ ମିଶି ଫିଲ୍ମ ‘ଛପାକ’ର ସୁଟିଂ ପୂରା କରିଛନ୍ତି । ଏହି ଫିଲ୍ମରେ ଦୀପିକା ଏସିଡ ସରଭାଇବର ଭୂମିକାରେ ନଜର ଆସିବେ । ଫିଲ୍ମରେ ଦୀପିକାଙ୍କ ଅପୋଜିଟରେ ବିକ୍ରାନ୍ତ ମେସୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More