Only for Entertainment

ବିବାହ ପୂର୍ବରୁ ଆଲିୟା ରଣବୀରଙ୍କ ପିତା ଋଷି କପୂରଙ୍କୁ ଦେଖା କରିବା ପାଇଁ ପହଂଚିଲେ ନ୍ୟୁୟର୍କ !

indiatoday
36

ଆଲିୟା ଭଟ୍ଟ ରଣବୀର କପୂରଙ୍କ ସମ୍ପର୍କ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ମୁତାବକ, ରଣବୀର ଏବଂ ଆଲିୟା ଦୁହେଁ ଦୁହିଁଙ୍କ ସହ ରିଲେସନସିପରେ ଅଛନ୍ତି , ଏବଂ ଏଭଳି ଖବର ମଧ୍ୟ ଶୁଣିବାକୁ ମିଳିଛି ଯେ ଦୁହେଁ ଦୁହିଁଙ୍କୁ ଖୁବ ଶୀଘ୍ର ବିବାହ କରି ପାରନ୍ତି । କିନ୍ତୁ ସୋସିଆଲ ମିଡିଆରେ କିଛି ଦିନ ହେବ ଯେଉଁ ଫଟୋ ଶେୟାର ହୋଇଛି ତାହାକୁ ନେଇ ଏବେ କଥା ଉଠୁଛି ଯେ ଦୁହେଁ ଦୁହିଁଙ୍କ ସମ୍ପର୍କକୁ ଖୋଲା ଖୋଲି ଭାବେ ଓ ମଜଭୁତ କରିବା ଲାଗି ଚାହୁଁଛନ୍ତି । ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ଆଲିୟା ରଣବୀରଙ୍କ ପରିବାର ସହ ଏବେ ନ୍ୟୁୟର୍କରେ ଅଛନ୍ତି । ଖବର ମୁତାବକ ନ୍ୟୁୟର୍କରେ ଋଷି କପୂରଙ୍କର ସର୍ଜରୀ କରାଯାଇଛି ଏବଂ ସେ ଏବେ ସେଠାରେ ହିଁ ଚିକିସô୍ିତ ହେଉଛନ୍ତି । ଏହାମଧ୍ୟର ସୋସିଆଲ ମିଡିଆରେ ଆଲିୟାଙ୍କର ଏକ ଫଟୋ ଶେୟାର କରାଯାଇଛି ।

 

View this post on Instagram

 

The Big Apple ?✨

A post shared by Alia ✨⭐️ (@aliaabhatt) on

ଏଠାରେ ଆମେ କହି ରଖୁଛୁ ଯେ ପ୍ରଥମ ଥର ଆଲିୟା କିଛି ଏଭଳି ଗେଟ ଅପରେ ଦର୍ଶକଙ୍କ ସାମ୍ନାରେ ନଜର ଆସିଛନ୍ତି । ଏହାପୂର୍ବରୁ ମଧ୍ୟ ଆଲିୟା ରଣବୀରଙ୍କ ଲାଗି ନିଜେ କେକ ବନାଉଥିବାର ନଜର ଆସିଥିଲେ । ଫିଲ୍ମ ବ୍ରହ୍ମାସ୍ତ୍ର’ ସୁଟ ସମୟରେ ପରସ୍ପର ନିକଟତର ହୋଇଥିଲେ । ଖୁବ ଶୀଘ୍ର ଏହି ଫିଲ୍ମ ପରଦାରେ ନଜର ଆସିବ । ଏହି ଫିଲ୍ମରେ ପ୍ରଥମଥର ନଜର ଆସିବେ ଏହି ଯୋଡି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More